ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ମୋନିପଡା ଥାନାରେ ଅପସରା ଇପିଲି ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ହିଞ୍ଜିଳି ପୋଲିସ ସହାୟତାରେ ଏ. ସୁଦାମଙ୍କୁ ଶନିବାର ରାତିରେ ତାଙ୍କ ବାସଭବନରୁ ଉଠାଆଣିଥିଲା l ଆଜି ମଧ୍ୟlହ୍ନରେ ପୋଲିସ ସମସ୍ତ ଅଭିଯୋଗ ଦାଖଲ ପରେ ଆଇନ ଅନୁଯାୟୀ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ମହାରାଷ୍ଟ୍ର ପୋଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଅନ୍ୟପଟେ ଏହି ମିଥ୍ୟା ଅଭିଯୋଗ କୁ ସମିତିସଭ୍ୟ ଖଣ୍ଡନ କରିଛନ୍ତି। ମୁଁ ଏମିତି କିଛି ବି ଭୁଲ କରିନି। ମୋତେ ଫସାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ଗଞ୍ଜାମ: କଞ୍ଚୁଡୁ ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କଞ୍ଚୁଡୁ ପଞ୍ଚାୟତର ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ l ସମିତି ସଭ୍ୟ ଏ. ସୁଦାମ ଙ୍କ ନାମରେ ମହାରାଷ୍ଟ୍ରର ଜଣେ ମହିଳା ଅପ୍ସରା ଇପିଲି ସଂଗୀନ ଅଭିଯୋଗ କରିଛନ୍ତି l 34 ବର୍ଷୀୟ ମହିଳା ଜଣଙ୍କ ଏ. ସୁଦାମଙ୍କ ନାମରେ ଧର୍ଷଣ, ଠକେଇ ସହ ବହୁ ସଂଗୀନ ଅଭିଯୋଗ କରିଛନ୍ତିl ଏ. ସୁଦାମ ନାମରେ ଥାନା କେଶ ନମ୍ବର 376(z(n)420,406,504,506, ଆଇପିସି ଧାରାରେ ମାମଲା ରୁଜୁ ହୋଇଛି l

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
