ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶୁଖ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ମାହାବ୍ରହ୍ମ ଧୂନି କରାଯାଇଥିଲା l ଏହି ପୋଡ଼ମରାଇ ଠାରେ ବିଭିନ୍ନ ପ୍ରକାର ଭଜନ କୀର୍ତ୍ତନ ସହ ମହିମା ଅଲେଖଙ୍କ ଗୀତରେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହୋଇଥିଲା।ମହିମା ଅଲେଖଙ୍କ ପରମ ଭକ୍ତ ଅଛନ୍ତି ସାରଦା ପ୍ରଧାନ।
ଲୋକଙ୍କୁ ମହିମା ଧର୍ମ ସହ ଯୋଡିବା, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା, ସୁଖ ଶାନ୍ତି ଆଣିବା, ଭାଇଚାରା ସୃଷ୍ଟି କରିବା, ମହିମା ଧର୍ମର ପ୍ରଚାର ପ୍ରସାର ଉଦ୍ଦେଶ୍ଵରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ସାରଦା। ମହିମା ଆଶ୍ରିତ ଜଣେ ସାଧାରାଣ ଭକ୍ତ ହେଉଛନ୍ତି ସାରଦା। ପିଲାଦିନୁ ଆଶ୍ରମରେ ସନ୍ୟାସୀ ଭାବେ ଦିନ କାଟି ଥିଲେ। ସେବେଠାରୁ ମହିମା ଧର୍ମ ମେଳା କରିବା ଥିଲା ତାଙ୍କର ଇଚ୍ଛା। ଚଳିତ ବର୍ଷ ମହିମା ଗୋସାଇଁଙ୍କ କୃପାରୁ ଅଖଣ୍ଡବତି ମହିମା ମେଳା ସଫଳ ହୋଇପାରିଛି।
ବିଶ୍ୱ କଲ୍ୟାଣ ସହ ମହାଙ୍ଗା ବାସୀଙ୍କ କଲ୍ୟାଣ କାମନା କରିବା ହେଉଛି ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ଲକ୍ଷ୍ୟ। ମହିମା ଧର୍ମର ରାଜ୍ୟ ମୁଖ୍ୟ ବାବା ନିତ୍ୟାନନ୍ଦ ଦାସଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ମହିମା ସନ୍ୟାସୀ ଏହି ମେଳାରେ ଯୋଗଦେଇ ବ୍ରହ୍ମଧୁନି ଅଖଣ୍ଡ ଦୀପ ସ୍ଥାପନ କାରିଥିଲେ । ସନ୍ଧ୍ୟାର ସାମୁହିକ ପ୍ରସାଦ ସେବନରେ ମଧ୍ୟ ସନ୍ୟାସୀମାନଙ୍କ ସହ ଶାରଦା ପ୍ରସାଦ ସେବନ କରିଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: