ଦୁଇ ଦିନ ଧରି ଅନୁଷ୍ଠିତ ଏହି ମେଳାର ପ୍ରଥମ ଦିନ ଗ୍ରାମ ପରିକ୍ରମା କରାଯାଇଥିଲା । ଦ୍ୱିତୀୟ ଦିନ ପ୍ରାତଃ ପଣା, ଅମଣ୍ଡିଆ ଓ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆତ୍ମସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ସାଧୁ ସନ୍ଥଙ୍କ କହିବା ମୁତାବକ ମହିମା ଗୋସାଇଁ ପରାମର୍ଶ ଅନୁସାରେ ମହିମା ଧର୍ମାବଲମ୍ବୀମାନେ ବିଭିନ୍ନ ସ୍ଥାନ ଗସ୍ତ କରୁଥିଲେ। ମହିମା ଗୋସାଇଁଙ୍କ ପଟଶିଷ୍ୟମାନେ ଏହି ସ୍ଥାନକୁ ଆସି ଜଗତ କଲ୍ୟାଣ ପାଇଁ ଲୋକଙ୍କୁ ଜାଗୃତ କରୁଥିଲେ । ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଭାଗବତ ପୁର ଠାରେ ଥିବା ମହିମା ଟୁଙ୍ଗି ରେ ବାର୍ଷିକ ମେଳା ଅନୁଷ୍ଠିତ ହୋଇଥାଏ ।
ଯେଉଁ ଥିରେ ମହିମା ସାଧୁ ସଂଥ ଙ୍କ ସମେତ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତ ସାମିଲ ହୋଇଥାନ୍ତି । ଏହାଛଡା ବାର୍ଷିକ ମେଳା ସହ ମିନାବଜାର ଦେଖିବାକୁ ପ୍ରବଳ ଜନ ସାମାଗମ ଉକ୍ତ ସ୍ଥାନରେ ପରିଲକ୍ଷିତ ହୋଇଥାଏ ।