ରୋଗୀ ମୃତ୍ୟୁ ନେଇ କଟକର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା
ପିପିଲିପାଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ପିପିଲିପାଲିରେ ଗତ ମାର୍ଚ୍ଚ ୧୨ ତାରିଖରେ ଘଟିଥିବା ସୁଶାନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ପୋଲିସ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଗସ୍ତି କର୍ଡିଆଙ୍କ ସହ ତାଙ୍କ ସହଯୋଗୀ ପ୍ରକାଶ ଭୋଇ ଓ ସୁଜିତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବି ପ୍ରସାଦ ଦାସ । ଗତ ମାର୍ଚ୍ଚ ୧୨ ତାରିଖରେ ସୁଶାନ୍ତ ଏକ ବାହାଘର ବରଯାତ୍ରୀରେ ଯାଇ ଆଉ ଘରକୁ ଫେରିନଥିଲେ ।
ଏହାର ଦୁଇଦିନ ପରେ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ପୋଲିସ ତନାଘନା କରି ମୁଖ୍ୟ ଅଭିଯୁକ୍ତ ସହ ତାର ସହଯୋଗୀଙ୍କୁ ଗିରଫ କରିଛି ।
Download Argus News App
