ଭୁବନେଶ୍ଵର : ଆଇଏଏସ୍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ୧୯୯୮ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ କୁମାର ବିଶିଷ୍ଟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛି। ଶ୍ରୀ ବଶିଷ୍ଟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ।
୨୦୦୮ ବ୍ୟାଚ୍ ଆଇଏଏସ୍ ଭୂପିନ୍ଦର ସିଂହ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି, ଏଥି ସହିତ ଶ୍ରୀ ପୁନିଆ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ। ୨୦୧୦ ବ୍ୟାଚ ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ବଦଳି ହୋଇଛନ୍ତି। ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ସାହାଙ୍କୁ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।
ସୋନପୁର ଜିଲ୍ଲାପାଳ ଥିବା ୨୦୧୩ ବ୍ୟାଚ୍ ଆଇଏଏସ୍ ମୋନାଲିସା ବାନାର୍ଜୀଙ୍କୁ ବରଗଡ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ମାଲକାନଗିରି ଜିଲ୍ଲାପାଳ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ୱାଇ.ବିଜୟଙ୍କୁ ପଶୁ ସମ୍ପଦ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।
୨୦୧୫ ବ୍ୟାଚ୍ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି, ୨୦୧୫ ବ୍ୟାଚ୍ ଆଇଏଏସ୍ ସୁନିଲ ନରଭଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି, ଶ୍ରୀ ନରଭଣେ ରାଉରକେଲା ଏଡିଏମ୍ ଭାବେ ଦାୟିତ୍ୱ ତୁଲାଉଥିଲେ। ୨୦୧୬ ବ୍ୟାଚ୍ ଆଇଏଏସ୍ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡିଏମ୍ ଭାବେ ଅତିରିକ୍ତ ଦାୟିତ୍ୱ। ୨୦୧୬ ବ୍ୟାଚ୍ ଆଇଏଏସ୍ ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ଶ୍ରୀ ସିଂହ ଯାଜପୁର ପିଡି ଡିଆରଡିଏ ଦାୟିତ୍ୱ ତୁଲାଉଥିଲେ।
୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି। ୨୦୧୭ ବ୍ୟାଚ୍ ଆଇଏଏସ୍ ସୁଶ୍ରୀ ପ ଅନ୍ୱେଶା ରେଡ୍ଡୀଙ୍କୁ ମୟୁରଭଞ୍ଜ ପିଡି, ଡିଆରଡିଏ ଭାବେ ନିଯୁକ୍ତି କରାଯାଇଛି। ସୁଶ୍ରୀ ରେଡ୍ଡୀ ବାରିପଦା ପୌରପାଳିକାର କାର୍ଯ୍ୟର୍ନିବାହୀ ଅଧିକାରୀ ଥିଲେ । ୨୦୧୭ ବ୍ୟାଚ୍ ଆଇଏଏସ୍ ଦିବାକର ଟି.ଏସ. ଓକାକର ଓଏସ୍ଡି ଭାବେ ବଦଳି ହୋଇଛି। ଶ୍ରୀ ଦିବାକର ଧର୍ମଗଡ ଉପଜିଲ୍ଲାପାଳ ଦାୟିତ୍ୱରେ ତୁଲାଉଥିଲେ।
୨୦୧୯ ବ୍ୟାଚ୍ ଆଇଏଏସ୍ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଶ୍ରୀ ସୁନିଲ ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଓଡିଶା ଫେରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍ ଆଇଏଏସ୍ ଅନନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍ ଆଇଏଏସ୍ ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍ ଆଇଏଏସ୍ ମହାଜନ ମନୋଜ ସତ୍ୟାୱନଙ୍କୁ ଟିଟିଲାଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍ ଆଇଏଏସ୍ ପାୱାର ସଚିନ ପ୍ରକାଶଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍ ଆଇଏଏସ୍ ଈଶ୍ୱର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି।
ଅର୍ଗସ ବ୍ୟୁରୋ : ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର । ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି । ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି । କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ । ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା । ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ । ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ - ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ ।
ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।
ଅର୍ଗସ ବ୍ୟୁରୋ : ଗତ କାଲି ପ୍ରକାଶ ପାଇଥିବା ଏନ୍ସିଆର୍ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି । ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ । ଅଞ୍ଜନା ଗଣଦୁଷ୍କର୍ମ ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇଥିଲେ ଏଫ୍ଆଇଆର୍ ଦେବା ପାଇଁ କିନ୍ତୁ ବର୍ତମାନ ପ୍ରତ୍ୟେକ ଦିନ ୧୨ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଥିଲାବେଳେ ବର୍ଷ ଶେଷରେ ମାତ୍ର ୧୨ଜଣ ଦଣ୍ଡିତ ହେବା ଦୁର୍ଭାଗ୍ୟଜନକ । ସେହିପରି ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ୨୦୨୦ରେ ୬ହଜାର ୩୩୦ ଶିଶୁ ବିରୋଧୀ ଅପରାଧ ଘଟିବା ସହିତ ରାଜ୍ୟ ସାରା ଦେଶରେ ପଂଚମ ସ୍ଥାନରେ ଥିଲାବେଳେ ୨୦୨୧ରେ ୭ହଜାର ୮୯୯ ଓ ୨୦୨୨ରେ ୮ହଜାର ୨୪୦ ଶିଶୁ ବିରୋଧୀ ଅପରାଧ ଘଟିବା ସହ ଓଡିଶା ଷଷ୍ଠ ସ୍ଥାନରେ ପହଁଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତି ସୋନାଲି ସାହୁ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ହିଁ ଦାୟୀ । ଦୀର୍ଘ ୨୪ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ସହିତ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ରହିଆସିଛନ୍ତି । ସ୍ଥିର ସରକାର ସହିତ ଜଣେ ବ୍ୟକ୍ତି ପାଖରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗ ରହିଥିଲେ ମଧ୍ୟ ଉକ୍ତ ବିଭାଗ ଜନସାଧରଣଙ୍କ ରକ୍ଷକ ହେବା ପରିବର୍ତେ ଭକ୍ଷକ ସାଜିଛି । ବେଶୀ ଦୁର୍ନୀତି ହେଉଛି ପୋଲିସ୍ ବିଭାଗରେ ପୋଲିସ୍ ମହିଳା ଓ ଶିଶୁ ବିରୋଧରେ ଘଟୁଥିବା ହିଂସାର ଏଫ୍ଆଇଆର୍ ନରଖି ଓଲଟା ଅସଦାଚରଣ କରିବାର ନଜିର ରହିଛି । ଖାଲି ସେତିକି ନୁହେଁ, କେଉଁ କନେଷ୍ଟବଳ ଘରୁ ଭିଜିଲାନ୍ସ କୋଟି କୋଟି ଟଙ୍କା ଜବତ କଲାଣି ତ କେଉଁ ଏଏସ୍ଆଇ ଘରୁ ବ୍ୟାପକ ଅର୍ଥ ଜବତ କଲାଣି ତ ପୁଣି କିଏ ଗଞ୍ଜେଇ ଡ୍ରକ୍ସ ଭଳି ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଲାଣି । ଏଥିରୁ ଜଣାପଡୁଛି ଯେ, ପୋଲିସ୍ ବିଭାଗ କିଭଳି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛି ଯାହାଫଳରେ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ଅରାଜକତା, ହିଂସା ଇତ୍ୟାଦି ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି । ଉପରୋସ୍ତ ଅଧିକାରୀମାନେ ଧନର ରାକ୍ଷସ ସାଜିଛନ୍ତି ଯାହାଫଳରେ ମହିଳା ଓ ଶିଶୁ ଅସୁରକ୍ଷିତ ହୋଇପଡିଛନ୍ତି । ଏହାର ଅନ୍ୟ ଏକ ଦିଗ ହେଉଛି ରାଜ୍ୟରେ ତମାମ୍ ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ସହିତ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭାଗ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନାହାଁନ୍ତି ଯାହାଫଳରେ ଅନ୍ୟମାନେ ଅପରାଧ ଘଟାଇବାପାଇଁ ସାହସ କରୁଛନ୍ତି ବୋଲି ଶ୍ରୀମତି ସାହୁ କହିଛନ୍ତି ।
ତେଣୁ ଆମେ ଦାବୀ କରୁଛୁ ଯେ, ନବୀନ ପଟ୍ଟନାୟକ ଫାଷ୍ଟ୍ଟ୍ରାକ୍ କୋର୍ଟ ଜରିଆରେ ନାବାଳିକାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଦୁର୍ନୀତି ଖୋର ପୋଲିସ୍ କର୍ମଚାରୀଙ୍କୁ କେବଳ ବହିଷ୍କାର କରିଦେଇ ଦାୟିତ୍ୱ ସାରି ନଦେଇ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ପୋଲିସ୍ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତି କରନ୍ତୁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ଉପରେ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ । କେବଳ ନୀଳ ରଙ୍ଗର ବୋର୍ଡରେ ମହିଳା ସଶକ୍ତିକରଣ ବିଜ୍ଞାପନ ଦେଇ ସରକାର ନିଜର ଆତ୍ମପ୍ରଚାର ବନ୍ଦ କରନ୍ତୁ ବୋଲି ଶ୍ରୀମତି ସାହୁ କହିଛନ୍ତି ।