ଏହି ବୈଠକରେ ଶିଳ୍ପ ପତି ମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଶିଳ୍ପ ନୀତିର ଆରମ୍ଭ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଓଡିଶା ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଂଚିବ । ଆପଣମାନେ ଆସନ୍ତୁ, ନିବେଶ କରନ୍ତୁ । ସମ୍ମିଳନୀରେ ଯୋଗ ଦେଇଥିବା ଅନେକ ପୁଞ୍ଜିପତି ମାନେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯେଉଁଥିରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ କହିଛନ୍ତି, ଓଡ଼ିଶାରେ 60 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ ।
ଆଗାମୀ 10 ବର୍ଷ ମଧ୍ୟରେ ଏହି ପୁଞ୍ଜି ନିବେଶ କରିବ ଅଦାନୀ । ଓଡ଼ିଶାରେ 4 ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରୀ ଓ 30 ମିଲିୟନ ଟନ ର ଲୁହା ପଥର ପ୍ରକଳ୍ପ ସ୍ଥାପନ କରିବ । ଏହା ଦ୍ୱାର ହଜାର ହାଜର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି JSW steel ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ବି ରାଜ୍ୟରେ 1 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି ।