ଆଜି ୪୬ mineral, metal, ଡାଉନ୍ ଷ୍ଟ୍ରିମ୍ ଶିଳ୍ପ, ୪୩ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ଆଇଟି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି କେମିକାଲ ଓ ପ୍ଲାଷ୍ଟିକ, ୧୪ ଏଗ୍ରି ବିଜନେସ, ୯ଟି ବୟନ ଓ ପୋଷାକ ଶିଳ୍ପ, ୫ ଏଗ୍ରି ମାର୍କେଟିଂ ସଂସ୍ଥା ରଜ୍ୟରେ ନିବେଶ ଲାଗି ଆଗ୍ରହ ଦେଖାଇଛନ୍ତି । ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି । ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ।
ମେକ୍ ଇନ୍ ଓଡ଼ିଶା-୨୦୨୨ର ଆଜି ତୃତୀୟ ଦିବସ

ଅର୍ଗସ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶା-୨୦୨୨ର ଆଜି ତୃତୀୟ ଦିବସ । ବର୍ତ୍ତମାନ ସୁଦ୍ଧା ୩୨୫ଟି ଶିଳ୍ପ ସଂସ୍ଥା ନିକଟରୁ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି । ଏହା ଯୋଗୁଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେବଳ ଆଜି ଗୋଟିଏ ଦିନରେ ୧୮୦ଟି ସଂସ୍ଥା ନିକଟରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
Download Argus News App
