କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ, ରପ୍ତାନି ପ୍ରୋତ୍ସାହନ, ଏଗ୍ରି ବିଜନେସ, ଟେକ୍ସଟାଇଲ, ମାଇନିଂ, ମେଟାଲ ଡାଉନଷ୍ଟ୍ରିମ୍, ଆଇଟି, ହସ୍ତତନ୍ତ ଓ ହସ୍ତଶିଳ୍ପ, ଅକ୍ଷୟ ଶକ୍ତି କ୍ଷେତ୍ର ଭଳି କ୍ଷେତ୍ରରେ କ୍ଷେତ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ । ଏହାସହ ଉଦ୍ୟୋଗରୁ ଉନ୍ନତି ବିଷୟବସ୍ତୁ ଉପରେ ଏକ ଏଡ଼ିଟରସ ରାଉଣ୍ଡଟେବୁଲ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ସୂଚନାଯୋଗ୍ୟ, ପ୍ରଥମ ଦିନରେ 7 ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ ଆସିଛି । ନିବେଶକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ଧରି ବିକାଶମୂଳକ କାର୍ଯ୍ୟ ବଳରେ ହିଁ ଲଗାତାର ଓଡିସାବାସୀଙ୍କ ସମର୍ଥନ ପାଇପାରିଛୁ ।