ତେବେ ପୂର୍ବରୁ ଦୁଇ ସଂସ୍କରଣରେ ଆସିଥିବା ଆଗ୍ରହ ପ୍ରସ୍ତାବର କାର୍ଯ୍ୟକାରିତା ଦେଖିଲେ ରାଜ୍ୟ ସରକାରଙ୍କର ଏହି ପ୍ରଚାରର ବାସ୍ତବତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ 2016 ଓ 2018ରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ଦୁଇଟି ସଂସ୍କରଣରେ 6 ଲକ୍ଷ 26 ହଜାର 350 କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆସିଥିଲା ଆଗ୍ରହ ପ୍ରସ୍ତାବ। ଏଥିଯୋଗୁଁ 7 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରିଥିଲେ ରାଜ୍ୟ ସରକାର। କିନ୍ତୁ ସବୁ ଘୋଷଣା ଫେଲ ମାରିଥିଲା । ସରକାରୀ ତଥ୍ୟ ଅନୁଯାୟୀ ଗତ 6 ବର୍ଷ ମଧ୍ୟରେ 286 ଟି ଆଗ୍ରହ ଆସିଥିବା ବେଳେ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି 164କୁ ଅନୁମୋଦନ ଦେଇଛି।
ଏଥିରୁ ମାତ୍ର 16 ଟି ବୃହତ ଶିଳ୍ପ ସ୍ଥାପନ ହୋଇ ପୂର୍ଣ୍ଣ କିମ୍ବା ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ମାତ୍ର 5 ହଜାର 675 କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବା ବେଳେ 5 ହଜାର 878 ଜଣଙ୍କୁ ମିଳିପାରିଛି ନିଯୁକ୍ତି।