ଏଥିରେ ଏଲ୍.ଏନ୍ ମିତ୍ତଲ, କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍, ଆର୍ସେଲର୍ ମିତ୍ତଲ, ଶ୍ରୀ କୁମାର ମଙ୍ଗଲମ୍ ବିର୍ଲା, ଚେୟାରମ୍ୟାନ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଶ୍ରୀ ଅନୀଲ ଅଗ୍ରୱାଲ, ଚେୟାରମ୍ୟାନ୍, ବେଦାନ୍ତ ରିସୋର୍ସ ଲିମିଟେଡ୍, ଶ୍ରୀ ସାଜନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସଡବ୍ଲୁ ଗ୍ରୁପ୍, ଶ୍ରୀ ନବୀନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସପିଏଲ୍, ଶ୍ରୀ ଟି ଭି ନରେନ୍ଦ୍ରନ୍, ସିଇଓ ତଥା ଏମ୍ଡି, ଟାଟା ଷ୍ଟିଲ୍। ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ। ଏଥିପାଇଁ ୧୧,୬୦୦ ପଞ୍ଜିକରଣ ହୋଇଛନ୍ତି।
ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି। ଏହାପୂର୍ବରୁ 2016 ଓ 2018ରେ ମେକ ଇନ ଓଡ଼ିଶା କକ୍ଲେଭ ଆୟୋଜନ ହୋଇସାରିଛି। ଆମର ରାଜ୍ୟକୁ ସ୍ୱାବଲମ୍ବୀ ଓ ସମୃଦ୍ଧ ଓଡିଶା ଗଠନ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। 2016 ସଂସ୍କରଣ ରେ 2 ଲକ୍ଷ କୋଟି ଟଙ୍କାର ପ୍ରସ୍ତାଵ ଆସିଥିଲା ସେଥିରୁ 35 ପ୍ରତିଶତ ବାସ୍ତବ ରୂପ ନେଇଛି। 2018 ରେ 4 ଲକ୍ଷ 2 ହଜାର କୋଟି ଟଙ୍କାର ପ୍ରସ୍ତାଵ ଆସିଥିଲା ସେଥିରୁ 40 ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ସମୟରେ ବି 3 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାଵ ଆସିଛି । ଖଣି, ପାଣି, ଜମି ଓ ବନ୍ଦର ଥିବାରୁ ଏଠି ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।
2025 ସୁଦ୍ଧା ଟେକ୍ସଟାଇଲ ରେ ଉତ୍ପାଦନ ରେ ଆରମ୍ଭ ହେବ ଏବଂ 2028 ସୁଦ୍ଧା ଆମେ ଆଲୁମିନିୟମ ଉତ୍ପାଦନ ରେ ଆମେ ପ୍ରଥମ ହେବୁ ।