ମୟୂରଭଞ୍ଜ: ବଞ୍ଚିବାକୁ ରାହା ଖୋଜୁଛନ୍ତି ସୁନ୍ଦର ମାର୍ଣ୍ଡିଙ୍କ ପରିବାର। ୨୨ ଟିକିଆ ହାତୀ ପଲ ସମ୍ପୁର୍ଣ୍ଣ ଘର ଭାଙ୍ଗିଦେଲା। ତିନି ଘଣ୍ଟା ମୃତୁସହ ସଙ୍ଘର୍ଷ କରିଛନ୍ତି ବଞ୍ଚିବା ପାଇଁ ସୁନ୍ଦର ମାର୍ଣ୍ଡିଙ୍କ ପରିବାର। କିଭଳି ଭାଵରେ ହାତୀପଲ ନିଜର ଆକ୍ରୋଶ ଦେଖାଇଛନ୍ତି । ଏ ଘର ଏକ ପରିବାରର ରୋଜଗାର ଥିଲା, ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ଥିଲା କିନ୍ତୁ ୨୨ ଟିକିଆ ହାତୀପଲ ଏକ ପରିବାରର ମେରୁଦଣ୍ଡ ଭାଙ୍ଗିଦେଲେ । ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଏହି ପରିବାର । ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ରାମନଗର ସୁନ୍ଦର ମାର୍ଣ୍ଡିଙ୍କ ପରିବାର।
ଘର ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗି ଯିବାରୁ ବର୍ତ୍ତମାନ ସମ୍ପୁର୍ଣ୍ଣ ବାସହାରା ହୋଇଯାଇଛନ୍ତି। ବର୍ଷକର ଉପାର୍ଜନ ଅର୍ଥ ଧାନ ଚାଉଳ ସମ୍ପୁର୍ଣ୍ଣ ଖାଇଦେଇଛନ୍ତି ହାତୀପଲ । ବର୍ତ୍ତମାନ ଗଛମୂଳେ ଜରି ପାଲ ଆଶ୍ରୟ ସ୍ଥଳ ପାଲଟିଛି। ଛିଡା ଶାଢ଼ୀ କାନ୍ଥ ପାଲଟିଛି ।କଣ କରିବେ କେତେବେଳେ ଆଉଥରେ ହାତୀପଲ ଆଶି ମାରିଦେବ କହିହେବନି , ସୁନ୍ଦର ମାର୍ଣ୍ଡିଙ୍କ ପରିବାର ବଞ୍ଚିବାର ରାହା ଖୋଜୁଛନ୍ତି । ବନବିଭାଗ ହାତିଙ୍କ ଗତିପଥ ଜାଣିବାରେ ବିଫଳ ହୋଇଛି। କେତେ ଧନଜୀବନ କ୍ଷତି ହେଲେ ବନବିଭାଗ ର ଚେତା ପଶିବ।
କଣ କରୁଥିଲେ ଦୀର୍ଘ ତିନିଘଣ୍ଟା ବନବିଭାଗ, କେବଳ ଭଗବାନ ହିଁ ଭରସା ଥିଲା ପରିବାରର । କେବେ ବନବିଭାଗ ତତ୍ପର ହେବ। କେବେ ଲୋକଙ୍କୁ ସୁରକ୍ଷା ଦେବ ବନବିଭାଗ ତାକୁହିଁ ଅପେକ୍ଷା।
ଅଧିକ ପଢନ୍ତୁ ଓଡ଼ିଶା ଖବର