ତେବେ ଶିକ୍ଷକଙ୍କ ଦାୟିତ୍ୱ ହିନତା ଯୋଗୁଁ ଦିନ ତମାମ ଜାତୀୟ ପତାକାଟି ତଳେ ଝୁଲୁଥିବା ଦେଖିବାକୁ ମିଳିଛି । ଆଜି ବିଦ୍ୟାଳୟରେ ସରସ୍ବତୀ ପୂଜା ଚାଲିଥିବା ବେଳେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଉପସ୍ଥିତ ରହିଛନ୍ତି ତଥାପି କାହାରି ନଜର ପଡିନାହିଁ ଜାତୀୟ ପତାକା ଉପରେ ।
ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ମଧ୍ୟ ଶିକ୍ଷକଙ୍କର ଦେଖା ନାହିଁ । ଆଉ ଏହି ଖବର ପାଇ ପାଖ ବିଦ୍ୟାଳୟ ଜଣେ ଶିକ୍ଷକ ଆସି ସେଠାରୁ ଜାତୀୟ ପତାକାଟିକୁ ହଟାଇ ଦେଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ମଧ୍ୟ ଏହି ଭିଡିଓ ପହଞ୍ଚିଛି ତେବେ ଶିକ୍ଷା ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।