ପିଲା ଘରକୁ ଯିବେ । ଜଙ୍ଗଲ, ଉପାନ୍ତ ଅଞ୍ଚଳରେ ରହିବେ ଚିକିତ୍ସା ସୁବିଧା ବି ପାଇବେନି । ଗୁଣିଆ ପାଖକୁ ଯିବେ । କିଛି ବି ଅଘଟଣ ଘଟିପାରେ । ଏବେ ବଡ଼ ପ୍ରଶ୍ନ ଭୂତ ବାହାରୁଛି କହି ପିଲାଙ୍କୁ ଘରକୁ ପଠାଇଦେବା ଷଡଯନ୍ତ୍ର ପଛରେ କିଏ, କାହିଁକି ଭୂତ ମିଛ ବୋଲି ପିଲାଙ୍କୁ କରାଗଲାନାହିଁ ସଚେତନ । ଅଜଣା ରୋଗର ଭୟରୁ ବଂଚିବା ପାଇଁ ଇଏ ଚକ୍ରାନ୍ତ ନୁହେଁ କି ? ଘରକୁ ପଠାଇ ପିଲାଙ୍କୁ ବିପଦ ମୁହଁକୁ ଠେଲିଦିଆଯାଉନାହିଁ କି ? ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଶିଶୁଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । କାରଣ ଖୋଜୁଛନ୍ତି ଡାକ୍ତର ।
ଭୂତ ଭୟରେ ସ୍କୁଲ ଛାଡିଲେ ମାଲକାନଗିରି କୋଲାଗଣ୍ଡା ଆଶ୍ରମ ସ୍କୁଲ ଛାତ୍ର

ଅର୍ଗସ ବ୍ୟୁରୋ : ଭୂତ ଊୟରେ ସ୍କୁଲ ଛାଡିଲେ ମାଲକାନଗିରି କୋଲାଗଣ୍ଡା ଆଶ୍ରମ ସ୍କୁଲ ଛାତ୍ର । ଜଣଙ୍କ ପରେ ଜଣେ ପିଲା ସ୍କୁଲ ଛାଡୁଛନ୍ତି, ଘରକୁ ଫେରୁଛନ୍ତି । କାରଣ ହେଉଛି ଭୂତ ଭୟ । ଆଶ୍ରମ ସ୍କୁଲ ଯେଉଁଠାରେ ଅଜଣା ରୋଗରେ ଦୁଇ ଶିଶୁଙ୍କ ଜୀବନ ଯାଉଛି । ଏବେ ବି 11 ଜଣ ମାଲକାନଗିରି ମୁଖ୍ୟ ଚିକିତ୍ସାଧୀନ ଅଛନ୍ତି । ଆଉ ଏପଟେ ମୃତ୍ୟୁ ଓ ଚିକିତ୍ସା ଦୋଷରୁ ଖସିବା ପାଇଁ ବଡ଼ ଷଡଯନ୍ତ୍ର । ସ୍କୁଲରେ ଭୁତ ବାହାରୁଛି ବାହାନାରେ ଅଭିଭାବକଙ୍କୁ ଡାକି ତାଙ୍କ ଟିପ ଚିହ୍ନ ମରାଇ ପିଲାଙ୍କୁ ପଠାଇ ଦେଉଛନ୍ତି ଘରକୁ ।
Download Argus News App
