ଅଧିକ ପଢ଼ନ୍ତୁ:୧୦୦ ବର୍ଷର ଓଡ଼ିଶାକୁ ନିର୍ବଳୁଆ, ନିର୍ବୁଦ୍ଧିଆ ଛୁଆଙ୍କ ଡର
ଏମାନେ କେମିତି ବା କହିବେନି ଶଙ୍ଖ ତାଙ୍କ ଗର୍ବ
ଓଡ଼ିଶାରେ ଶାସକ ଦଳ ପାଇଁ ଗର୍ବ କରିବାକୁ ଆଉ କ’ଣ ଅଛି ଯେ ?ଓଡ଼ିଶାକୁ ଗୋଟିଏ ସରକାର ଆଉ ଜଣେ ମୁଖ୍ୟମନ୍ତ୍ରୀ ୨୩ ବର୍ଷ କାଳ ଶାସନ କଲା ପରେ ବି ଅପପୃଷ୍ଟି ନେଉଛି ଜୀବନ।ତଥାକଥିତ ବିକଶିତ ଜିଲ୍ଲାରୁ ଶୁଭୁଛି ଅପପୃଷ୍ଟିର କୋହ
କୁଆଡ଼େ ଯାଉଛି ଡିଏମଏଫ ପାଣ୍ଠିର ଟଙ୍କା ?
କାହିଁକି ସମାଜର ଶେଷ ସୋପାନ ଯାଏଁ ପହଞ୍ଚିପାରୁ ନାହାଁନ୍ତି ସରକାର ? କ’ଣ ଦେଖି ରାଜ୍ୟ ପ୍ରଗତି ପଥରେ କହୁଛନ୍ତି ଶାସକ ଦଳର ନେତା ? ଜିଲ୍ଲାର ଦୁଇଦୁଇ ଜଣ ମନ୍ତ୍ରୀ କରୁଛନ୍ତି କଣ ?
ଆହୁରି ପଢ଼ନ୍ତୁ:ଏବେ କେମିତି ଅଛି ନଗଡାର ସ୍ଥିତି ?
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର ରଣଗୁଣ୍ଡି ପଞ୍ଚାୟତ ଘାଟିସାହି ଗାଁର ତୁଳସୀ ହେମ୍ରମଙ୍କ ପରିବାର। ସ୍ଵାମୀ ଦିନ ମଜୁରିଆ, ତୁଳସୀଙ୍କ ୯ ପୁଅ ଝିଅ। କିଛିଦିନ ପୂର୍ବରୁ ତୁଳସୀଙ୍କ ୩ ବର୍ଷର ପୁଅ ଅର୍ଜୁନ ହେମ୍ରମ ଅପପୃଷ୍ଟିରେ ଆଖି ବୁଜି ସାରିଛନ୍ତି। ଏବେ ଆଉ ଜଣେ ପୁଅ ଗୁରୁତର। ମନେ ପକାଇ ଦେବାକୁ ଚାହୁଁ, ଇଏ ହେଉଛି ସେହି ଜିଲ୍ଲା ଯେଉଁ ଜିଲ୍ଲାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆୟୋଜିତ ହୁଏ ମହୋତ୍ସବ। ଆଉ ନେତାମନ୍ତ୍ରୀ ସେଠି ଅତିଥି ସାଜି ମାରନ୍ତି ଭାଷଣ, ଦେଖାନ୍ତି ସୁନେଲି ସ୍ବପ୍ନ। ଥରୁଟିଏ ଚିନ୍ତା କରନ୍ତୁ, ଇଏ ୨୦୨୩ ମସିହା, ବିଜ୍ଞାନର ଯୁଗ, ଗବେଷଣାର ଯୁଗ। ହେଲେ ଓଡ଼ିଶା କେଉଁଠି ? ତେବେ ଏହି ବିଷୟରେ ଆମେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି ଘଟଣା ସମ୍ପର୍କରେ ଅବଗତ ନଥିଲେ। ଜାଣିବା ପରେ ତୁରନ୍ତ ପିଲାମାନଙ୍କୁ NRC କେନ୍ଦ୍ର ସୁକିନ୍ଦାକୁ ପଠାଇ ଚିକିତ୍ସା ପ୍ରଦାନ କରିବା ସହ ଘଟଣାର ତଦନ୍ତ କରିବୁ।
ଇଏ କେବଳ ଗୋଟିଏ ଅଞ୍ଚଳର କଥା ନୁହେଁ, ଆଜି ବି ନଗଡ଼ା କାନ୍ଦୁଛି, ଆଜି ବି ନଗଡ଼ାବାସୀଙ୍କ ପାଇଁ ବିକାଶ ଶବ୍ଦ ଅଚିହ୍ନା। ସେପଟେ ରାୟଗଡ଼ା ଜିଲ୍ଲାରେ ଆଜି ବି ହଇଜାରେ ଜୀବନ ହାରୁଛନ୍ତି ଆଦିବାସୀ। ଆଉ ଏସବୁ ଭିତରେ ଶଙ୍ଖକୁ ନେଇ ଗର୍ବ କରିବାରେ ବ୍ୟସ୍ତ ଶାସକ ଦଳର ବିଧାୟକ, ନେତା ଆଉ ମନ୍ତ୍ର।