ସମୁଦ୍ରକୂଳ ନିକଟ ମମତାପୁରୀ ନିର୍ମାଣ ଗୃହରେ ମମତା ବାନାର୍ଜୀ ରାତ୍ରୀଯାପନ କରିବେ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । ଆସନ୍ତାକାଲି ଅପରାହ୍ନ ୪ଟାରେ ମମତା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପାଖାପାଖି ୨ଘଣ୍ଟା ଶ୍ରୀମନ୍ଦିର ଭିତରେ ସମୟ ଅତିବାହିତ କରିବେ ମମତା ବାନାର୍ଜୀ ।
23 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କୋଲକାତା ଫେରିଯିବେ ମମତା ବାନାର୍ଜୀ । ମମତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ 4 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ମମତା ନବୀନ ଭେଟଘାଟରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ତାକୁ ନେଇ ଉତ୍କଣ୍ଠା ଲାଗି ରହିଛି ।