୩ବ୍ୟାରିକେଡ୍ ଭାଙ୍ଗି ଏହାକୁ ଅତିକ୍ରମ କରିବାକୁ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଉଦ୍ୟମ କରୁଛନ୍ତି। ବିଜେପି ନେତା ବାବୁ ସିଂଙ୍କ ନେତୃତ୍ବରେ ଆଗେଇ ଚାଲିଥିବା ଏହି ବିକ୍ଷୋଭ ସମାବେଶ ବେଳେ ପୁଲିସ କିଛି ବିଜେପି କର୍ମୀ ଉଠାଇ ନେଇଥିବା ଦେଖିବାକୁ ମିଳିଛି।
ଆଗକୁ ଗଲେ ନବୀନ ନିବାସକୁ ଧସେଇ ପଶିବେ ମହିଳା କର୍ମୀ। ଏପଟେ ବଲାଙ୍ଗିର ଏସପି ଅଫିସ ସମ୍ମୁଖରେ ଇରାଶିଷ୍ ଆଚାର୍ଯ୍ର୍ୟଙ୍କ ନେତୃତ୍ବରେ ବିଜେପି ବିକ୍ଷୋଭ କରୁଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏସପି ଦେଖା କରିବାକୁ ଅଡି ବସିଛନ୍ତି। ପୁଲିସ ସହ ପ୍ରବଳ ଧସ୍ତାଧସ୍ତି, ଏସପି ଅଫିସକୁ ଅଣ୍ଡାମାଡ ବେଳେ କେତେକ ବିଜେପି କର୍ମୀ ଏଠାରେ ଆହତ ମଧ୍ୟ ହୋଇଛନ୍ତି।