ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଏବେ ବି ଚୁପ୍ ରହିଛନ୍ତି। ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସରକାର ଢାଳ ତଳେ ସୁରକ୍ଷିତ ରଖାଯାଇଛି। ଯାହାକୁ ନେଇ ବିକ୍ଷୋଭ ଆରମ୍ଭ କରିଛି ବିଜେପି ମହିଳା ମୋର୍ଚ୍ଚା।
ଆଜି ନବୀନ ନିବାସ ଘେରାଉ କରିବାକୁ ପହଞ୍ଚିଛି ବିଜେପି ମହିଳା ମୋର୍ଚ୍ଚା। ଏକାଧିକ ମହିଳା ନବୀନ ନିବାସ ମୁହଁକୁ ମାଡି ଚାଲିଛନ୍ତି। ଗୋଟିଏ ପରେ ଗୋଟିଏ ବ୍ୟାରିକେଡ୍ ଭାଙ୍ଗି କଡା ସୁରକ୍ଷା ବଳୟ ଭେଦ କରି ନବୀନ ନିବାସକୁ ଟାର୍ଗେଟ୍ କରିଛନ୍ତି ବିଜେପି ମହିଳା କର୍ମୀ।
ଏହି ବିକ୍ଷୋଭରେ ସାମିଲ ହୋଇଥିବା ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି। ଏ ଘଟଣା ସାରା ଓଡିଶା ପାଇଁ ବଡ଼। ଯାହାର ଝିଅ ମରିଛି, ସେ ଜାଣିଛି ଦୁଃଖ କ’ଣ। ହେଲେ ବିଜେଡି ପାଇଁ ଏଇଟା ଛୋଟିଆ କଥା।