ସୂଚନାଯୋଗ୍ୟ, ଘଟଣାର ଦୀର୍ଘ ଦିନ ପରେ ଆଜି ପୀଡିତାଙ୍କ ଘରକୁ ଯାଉଛି ମହିଳା କମିଶନ୍। ଏଠି ପ୍ରଶ୍ନ ଉଠୁଛି ଏତେଦିନ ଯାଏଁ କୋଉଠି ଥିଲା ମହିଳା କମିଶନ୍, ଏତେଦିନ ଯାଏଁ କରୁଥିଲା କ’ଣ ?
ଏପଟେ ବଲାଙ୍ଗିର ଏସପି ଅଫିସ ସମ୍ମୁଖରେ ଇରାଶିଷ୍ ଆଚାର୍ଯ୍ର୍ୟଙ୍କ ନେତୃତ୍ବରେ ବିଜେପି ବିକ୍ଷୋଭ କରୁଥିବା ବେଳେ ସେପଟେ ରାଜଧାନୀରା ନବୀନ ନିବାସ ଘେରାଉ କରିବାକୁ ପହଞ୍ଚିଛି ବିଜେପି ମହିଳା ମୋର୍ଚ୍ଚା। ଏକାଧିକ ମହିଳା ନବୀନ ନିବାସ ମୁହଁକୁ ମାଡି ଚାଲିଛନ୍ତି। କଡା ସୁରକ୍ଷା ବଳୟ ଭିତରେ ରହିଛି ନବୀନ ନିବାସ, ପୁଲିସ ଚାରିପଟେ ଜଗି ରହିଛି ।
କେ ଗାଁ ଥାନା ଆଇଆଇସି ଙ୍କୁ ଗିରଫ କରି ହାତ ଝାଡି ଦେଇଥିବା ପୁଲିସ୍ର ନିଦ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ପୁଲିସ ବିରୋଧି ହାଓ୍ବା ବହୁଛି। ଏପଟେ କଂଗ୍ରେସ ଅଭିଯୋଗ କରୁଛି ଯେ, ରାଜ୍ୟ ସରକାର ଦାଗି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଢାଲ ସାଜିଛି।