ସେହିପରି ମମିତା ମୃତ୍ୟୁ ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା । ସେପଟେ କାର୍ଯ୍ୟାନୁଷ୍ଠାନ ବଦଳରେ ରାଜ୍ୟ ସରକାର ଅପରାଧୀ ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି । ହତ୍ୟାକାରୀ ଓ ଅପରାଧୀଙ୍କୁ ସୁରକ୍ଷା ଦେଉଛି ରାଜ୍ୟ ପ୍ରଶାସନ । ଏହି ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ପୁରନ୍ଦେଶ୍ବରୀ । ସେହିପରି କାଳିଆ ଯୋଜନାରେ ବି ବଡ଼ ଦୁର୍ନୀତି କଥା ଉଠାଇଛନ୍ତି ରାଜ୍ୟ ପ୍ରଭାରୀ । ତେବେ ରାଜ୍ୟରେ ହେଉଥିବା ବିକାଶ ପଛରେ କେନ୍ଦ୍ର ଯୋଜନାର ବଡ଼ ଭୂମିକା ରହିଛି ।
କିନ୍ତୁ କେନ୍ଦ୍ରର ଯୋଜନାକୁ ହାଇଜାକ୍ କରୁଛନ୍ତି ରାଜ୍ୟ ସରକାର । ପକ୍କା ଘର ଦେବାରେ କେନ୍ଦ୍ର ଭାଗିଦାରୀକୁ ରାଜ୍ୟ ଦେଖାଉନି । ବିଜେପି ପାଇଁ ସତ୍ତା ଜନତାଙ୍କ ସେବା କରିବାର ମାଧ୍ୟମ । ସେଥିପାଇଁ ଦେଶର ପ୍ରଧାନସେବକ ଭାବେ କାମ କରୁଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାବାସୀ ରାଜ୍ୟରେ ବିକାଶ ଚାହୁଁଥିଲେ ଦଳକୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ପୁରନ୍ଦେଶ୍ବରୀ ।