BIG BREAKING : ପରୀକ୍ଷା ରେ କରୋନା ମାଡ...
ମୟୂରଭଞ୍ଜ: ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ ୱାଚର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ସୂଚନାନୁଯାୟୀ, ଉକାମପାହାଡ଼ ଜଙ୍ଗଲର ୩ଟି ସ୍ଥାନରେ ନିଆଁ ଲାଗିବା ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନ ସୁରକ୍ଷା ସମିତି ନିଆଁ ଲିଭାଇବା ନେଇ ଅଣ୍ଟା ଭିଡିଥିଲା । ନିଆଁ ଲିଭାଉଥିବା ବେଳେ ହଠାତ ସାମନା ପଟୁ ପବନ ଦେବା ଫଳରେ ଜଣେ ୱାଚରଙ୍କ ଦେହରେ ନିଆଁ ଲାଗିଯାଇଥିଲା ।
ଯୁବକ ଜଣଙ୍କ ହେଲେ ବିଶୋଇ ବ୍ଲକ ଟିଆକାଠି ଗ୍ରାମର ଗୋବିନ୍ଦ ଟୁଡୁ । ବନ ସୁରକ୍ଷା ସମିତିର ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବନ ବିଭାଗ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁସୁଝା କରୁଥିବା ଜଣାପଡିଛି ।