ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସକାଳୁ ଶବ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ଶବକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ପଢନ୍ତୁ ଓଡିଶା ଖବର...
ରାୟଗଡା: ଗୁଣୁପୁର ବ୍ଲକ ଅନ୍ତର୍ଗତ ଜଳତାର ପଞ୍ଚାୟତର ନିମାଲିଗୁଡା ଗ୍ରାମରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ନିମାଲିଗୁଡା ଗ୍ରାମର ପୀତବାସ ପାଲ୍ (୫୦) ନିଜ ଘର ବାଡ଼ି ପଟେ ରହିଥିବା ବେଳେ ସନ୍ଧ୍ୟା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା । ନିଜ ଘର ବାଡ଼ିରେ ଥିବା ନଡ଼ିଆ ଗଛ ମୂଳେ ସେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ଯୋଗୁ ସେ ସେଠାରେ ପଡି ଜଳି ଯାଇଥିଲେ ।
ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସକାଳୁ ଶବ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ଶବକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ପଢନ୍ତୁ ଓଡିଶା ଖବର...
ବ୍ରହ୍ମପୁର: ବଜ୍ରପାତ ନେଲା ଦୁଇ ଜୀବନ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁରେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ହରି ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ କେଦାର ଗୌଡ଼ ଗୁରୁତର ଆହତ ହୋଇଛନ୍ତି।
ସେଇଭଳି ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁର ଆମ୍ବତୋଳୁ ଥିବା ବେଳେ ବଜ୍ରପାତରେ ରୂପ ଶବର ନାମରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ପାତ୍ରପୁର ମେଡ଼ିକାଲ ଭର୍ତ୍ତି କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବିବାହର ୧୨ଦିନ ପରେ ନବବଧୂ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଂଚଳରେ । ମଂଗଳପୁର ପଂଚାୟତ ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ବୋହୁ ମଧୂସ୍ମୀତା ଦାସକୁ ହତ୍ୟା କରାଯାଇଥିବା ମଂଗଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମଂଗଳପୁର ଥାନା ପକ୍ଷରୁ ଆଇଆଇସି ପବିତ୍ର ମହାରଣା ଓ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ କରାଯିବା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ସ୍ୱାମୀ ବିଶ୍ୱଜିତଙ୍କୁ ପୁଲିସ ଥାନାରେ ଅଟକ ରଖିଛି ।
ଅଧିକ ପଢନ୍ତୁ : ନବବଧୂ ହତ୍ୟା ଅଭିଯୋଗ
ଅଭିଯୋଗ ମୁତାବକ ବିଞ୍ଝାରପୁର ବ୍ଳକ ଅଳକୁଣ୍ଡ ଥାନା ବରିକୂଳ ଗ୍ରାମର ପରେଶ ଚନ୍ଦ୍ର ଦାଶଙ୍କ ଝିଅ ମଧୂସ୍ମୀତାଙ୍କୁ ମଙ୍ଗଳପୁର ଥାନା ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ସିପୁ ବୈଦିକ ରୀତିରେ ଗତ ମେ ୨୮ ତାରିଖରେ ବିବାହ କରିଥିଲେ । ବିବାହର ମାତ୍ର ୧୨ଦିନ ବିତି ନଥିବା ବେଳେ ଝିଅର ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି । ଝିଅର ବାପ ଘର ଲୋକଙ୍କୁ ଖବର ଦେଲେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛି । ଝିଅର ଆତ୍ମହତ୍ୟାକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରି ନଥିଲେ । ଶଶୁର ଘର ଲୋକେ ମିଳିମିଶି ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବାପା ପରେଶ ଥାନାରେ ଅଭିଯୋଗ କରିଛନ୍ତି ।