ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ୱର: ଅଚାନକ ଲିଙ୍ଗରାଜ ମନ୍ଦିର ଭିତରେ ପଶିଗଲେ ଅଜଣା ବ୍ୟକ୍ତି । ମନ୍ତ୍ରପାଠ କରିବା ସହ ସେବାୟତଙ୍କୁ ଗାଳିଗୁଲଜ କଲେ । ବାରଣ କରିବାରୁ ମନ୍ଦିର ଭିତରେ ଉତ୍ପାତ କଲେ ଯୁବକ । ଦୀର୍ଘ କିଛି ସମୟ ଧରି ଯୁବକ ଜଣଙ୍କ ଉତ୍ପାତ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିଛି । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ଥାନାରେ ଅଟକ ଥିବା ଯୁବକଙ୍କୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଧାମନଗର ସ୍ବାସ୍ଥ୍ୟ କର୍ମଚାରୀ ବସନ୍ତ ସାହୁଙ୍କ ହତ୍ୟା ମାମଲାରେ ୫ ଦିନ ଜେରା ପରେ ଜେଲ ଗଲେ ଲିଙ୍ଗରାଜ ସାହୁ । ଗତ ୧୫ ତାରିଖରେ ରାତିରେ ଗୋବିନ୍ଦପୁର ଗ୍ରାମର ବସନ୍ତ ସାହୁଙ୍କୁ ଦୁବୃର୍ତ୍ତ ମାନେ ହତ୍ୟା କରି ଧାମନଗର କଲେଜ ନିକଟରେ ପକାଇ ଦେଇଥିଲେ । ବସନ୍ତ ସାହୁଙ୍କ ମୃତ ଉଦ୍ଧାର କରିବା ସହ ଧାମନଗର ପୋଲିସ ଜଣଙ୍କୁ ଗିରଫ କରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାମନଗର ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଲିଙ୍ଗରାଜ ସାହୁଙ୍କୁ ୫ ଦିନ ଜେରା ପରେ ଜେଲ୍ ପଠାଇଛି ପୋଲିସ । ସେପଟେ ବସନ୍ତ ସାହୁଙ୍କ ପରିବର ଅଭିଯୋଗ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଅଜିତ ସାହୁ ଏବେବି ଫେରାର୍ ଅଛି । ତେବେ ଗିରଫ ହୋଇଥିବା ଲିଙ୍ଗରାଜ ସାହୁ ଓ ଅଜିତ୍ ସାହୁଙ୍କ ସହଯୋଗ ତଥା ବନ୍ଧୁ ଥିଲେ ।
ଅର୍ଗସ ବ୍ୟୁରୋ: କାହିଁକି ନା ରାଜ୍ୟରେ ଏବେ ଏମିକି ବିଷମ ପରିସ୍ଥିତି ଦେଖାଦେଇଛି । ଏଠି ବିନା ଲାଞ୍ଚ ଯୋଜନା ରେ ନାଁ ନାହିଁ, ବିନା ଦଳୀୟ ମୋହରରେ ମୁଣ୍ଡକୁ ଘର ବି ମିଳୁନାହିଁ । ରାଜ୍ୟରେ ଆବାସ କେଳେଙ୍କାରୀର ମାଳ ମାଳ ଅଭିଯୋଗ । ତଥାପି ଅନ୍ଧ ଧ୍ରୁତରାଷ୍ଟ୍ର ସାଜି ବସିଛି ପ୍ରସାସନ । ଆଜି ଆମେ ଆପଣଙ୍କୁ ଦେଖାଇବୁ ଖୋର୍ଦ୍ଧା ଓ କେନ୍ଦ୍ରପଡା ଜିଲ୍ଲା କେମିତି ମାତିଛି ଦୁର୍ନିତୀର ଅସୁର । ଆବାସ ଭଳି ଜନକଲ୍ୟାଣକାରୀ ଯୋଜନାକୁ କେମିତି କରାଯାଉଛି ହାଇଜ୍ୟାକ୍ । କେନ୍ଦ୍ରାପଡ଼ା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତର ସୀତାକାନ୍ତ ମଲ୍ଲିକ । ସ୍ୱାଧୀନତା ପୂର୍ବରୁ ତାଙ୍କ ପରିବାର ଛିଣ୍ଡା ଜରିପାଲ ତଳେ ଜୀବନ ବିତାଉଛନ୍ତି ! କେନ୍ଦ୍ର ଯୋଜନାରେ ତାଙ୍କ ନାଁ ଆସିବା ପରେ ସେ ଆତ୍ମହରା ହୋଇପଡିଥିଲେ । ଭାବିଥିରେ ମୁଣ୍ଡ ଉପରେ ସିମେଣ୍ଟ ଛାତର ସ୍ବପ୍ନ ହେବାକୁ ଯାଉଛି ପୂରଣ । ହେଲେ ଏଠି ଦଲାଲଙ୍କ ତକ୍ରବ୍ୟୁହର ହୋଇଛନ୍ତି ସେ ଶିକାର । ଆବାସ ଦେବାପାଇଁ ତାଙ୍କୁ ମଗାଯାଇଛି 20 ହଜାର ଟଙ୍କା । ସେ ଏକା ନୁହଁନ୍ତି, ପଡୋଶୀ ସୀତା ମଳିକ ଓ ପବିତ୍ର ବେହେରା ମଧ୍ୟ ନିଜର ଦୁଃଖ କ୍ୟାମେରା ସାମ୍ନାରେ ବଖାଣିଛନ୍ତି !
ସେହିପରି ଭରତପୁର ଜମଧର ଚକ୍ରଡା ଆଦି ପଂଚାୟତରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମଳିଛି ! ଯେଉଁ ହିତାଧିକାରୀ ପାଇବାର ଯୋଗ୍ୟ ତାଙ୍କୁ ମିଳୁନି ଦଳୀୟ ମନବୃତି ନେଇ ବିଧାୟକ ଶଶୀଭୁଷଣ ବେହେରାଙ୍କ ଅନୁଗତ୍ୟ ମାନେ ବେଆଇନ ଅର୍ଥ ଆଦାୟ କରି ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ! ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି !କେନ୍ଦ୍ରପଡା ଭଳି ସମାନ ସ୍ଥିତି ଖୋର୍ଦ୍ଧା ଜିଲ୍ଲାରେ ବି । ଏ ହେଉଛନ୍ତି ରାମେଶ୍ୱର ଗ୍ରାମପଞ୍ଚାୟତ ମିରିଗଦୟଣୀ ଗ୍ରାମର ରଘୁନାଥ ମଗଂରାଜ । ରଘୁନାଥ ଦିନମଜୁରିଆ । ଗତ ଫନି ବାତ୍ୟାରେ ରଘୁନାଥ ର ଜରିପାଲ ଘର ଭାଗିଂ ସଂପୂର୍ଣ୍ଣ ଉଡିଗଲା ।ବ୍ଲକରୁ ବଡବଡ ବାବୁ ଆସିଲେ ପ୍ରତିଶ୍ରୁତି ଦେଲେ ଫଟୋ ଉଠାଇଲେ ଆବାସ ଯୋଜନା ମିଳିବ କହି ଚାଲିଗଲେ ହେଲେ ଘର ମିଳିଲା ନାହିଁ।ଅନ୍ୟପଟେ ଟାଗିଂ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯଦି ଆବାସ ଯୋଜନାରେ ଘର ପାଇବା ପାଇଁ ସେ ଯୋଗ୍ୟ ତେବେ ତାଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରାଇ ଘର ଯୋଗାଇ ଦିଆଯିବ।
ମୁଣ୍ଡ ଉପରେ ଥିଲେ ପକ୍କା ଘର ଖରା ବର୍ଷା କୁ ନାହିଁ ଡର ବୋଲି ରାଜ୍ୟ ସରକାର ନାରା ଦେଉଥିବାବେଳେ କାହିଁକି ଘର ପାଇବାରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ, ଏହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ଏପଟେ କେନ୍ଦ୍ର ସରକାର ରାଜ୍ୟକୁ 9 ଲକ୍ଷ 54 ହଜାର ଆବାସ ଯୋଗାଇ ଦେଇଥିଲେ ବି ରାଜ୍ୟ ସରକାର ଚୟନ କରିପାରୁନାହାଁନ୍ତି ହିତାଧିକାରୀ । 2014ରେ ଶାସକ ବିଜୁ ଜନତା ଦଳ ତାର ମାନିଫେଷ୍ଟୋରେ ଆବାସ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲା। 2019 ସୁଦ୍ଧା ମୁଣ୍ଡ ଉପରେ ପକ୍କା ଘର ଥିବ ବୋଲି ବି କହିଲା। ହେଲେ ପ୍ରତିଶ୍ରୁତି କେବଳ ପ୍ରତାରଣା ହିଁ ହୋଇଛି। ଦଳୀୟ ଆଧାର ଓ ଲାଞ୍ଚ କାରବାରରେ ଘର ବଣ୍ଟା ଯାଉଥିବାର ଆସିଛି ଅଭିଯୋଗ । ହେଲେ ସରକାର ଦୋଷୀଙ୍କ ବିରୋଧରେ ଆକ୍ସନ ନେବାରେ ଫେଲ୍।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଫସର୍ ଫାଟିଗଲା ଗଞ୍ଜେଇ ମାଫିଆଙ୍କ ଚାଲାକି । ପୋଲିସକୁ ଚକମା ଦେଇ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ତିନି ଯୁବକ । ଦୁଇ କାର ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ବରଗଡ଼ ଟାଉନ ପୋଲିସ । ଦୁଇଟି ଏର୍ଟିଗା କାରର ଝରକା ଭିତରୁ ମିଳିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ହଳଦୀପାଳି ଛକରେ ଚୋରା ଚାଲାଣ ବେଳେ ଧରିଲା ବରଗଡ଼ ଟାଉନ ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୌଦ୍ଧ-ସୋନପୁର ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି । ସବୁଠାରୁ ବଡ଼ କଥା ଯେ ଗୋଟିଏ ଗାଡିର ନେମ୍ ପ୍ଲେଟରେ ଜିଲ୍ଲା ଉପାଧ୍ୟକ୍ଷ ଛତିଶଗଡ଼ କଂଗ୍ରେସ କମିଟି ବୋଲି ଲେଖା ଯାଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି ।
ଛତିଶଗଡ଼ ରାଜ୍ୟ ଜଗଦଲପୁର ଜିଲ୍ଲା ମସନିଆ ଗାଁର ଜୟ ସାହୁ, ଅଭିଷେକ ସିଦାର ଓ ବିଜୟ କୁଶୱାହା ନାମକ ତିନି ଜଣ ଯୁବକଙ୍କୁ ପୋଲିସ ଅଟକ ରଖିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଓ ଦୁଇଟି କାରକୁ ଜବତ କରି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବରଗଡ଼ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।