ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେରତାଙ୍ଗ ଅଲିକଣା ଛକରେ ଘଟିଛି ଗୁଳିକାଣ୍ଡ ।ଗୁଳିକାଣ୍ଡରେ ବାଲିକୁଦା ବାଲିସାହିର ଦେବରାଜ ବିଶ୍ୱାଳ ଆହତ ହୋଇଛନ୍ତି । ଦେବରାଜଙ୍କ ବାମ ଗୋଡ଼ ଜଙ୍ଘରେ ଗୋଟିଏ ଗୁଳି ବାଜିଛି । ତାଙ୍କୁ ସଂଗେ ସଂଗେ ବାଲିକୁଦା ମେଡିକାଲ ଅଣାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଅପରାଧୀ ଗୋଷ୍ଠି ମଧ୍ୟରେ ପ୍ରଥମେ ବଚସା ହେବା ସହ ପରେ ଗୋଟିଏ ପକ୍ଷ ଗୁଳି ମାଡ଼ କରିଥିଲେ । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଗୁଳିମାଡ଼ କରିବା ପରେ ଅପରାଧୀ ମାନେ ଫେରାର ହୋଇ ଯାଇଛନ୍ତି ।
