ଅର୍ଗସ ବ୍ୟୁରୋ: ଏମିତି କହି ବୁକୁ ଫଟେଇ କିଏ କାନ୍ଦୁଛି ତ ଆଉ କାହା ଆଖି ରୁ ଲୁହ ଝରିବା ବନ୍ଦ ହେଉନି । ଲୁହ ଝରିବା କେମିତି ବା ବନ୍ଦ ହେବ । ଯିଏ ଥିଲା ସାହାରା ସେ ବେସାହାର କରି ଚାଲିଯାଇଛି ସମସ୍ତଙ୍କୁ । ଆଜି ଥିଲା ମାନବପ୍ରେମୀଙ୍କ ଆଦିତ୍ୟ ଦାସଙ୍କ ଜନ୍ମଦିନ। ବର୍ଷ ବର୍ଷ ଧରି ଅନେକ ବେସାହାରା ବୃଦ୍ଧ ବୃଦ୍ଧା ଙ୍କୁ ଛାତ ଦେଇ ଥିବା ମଣିଷ କୁ ଝୁରୁଛି ଆଶ୍ରମ। ହେଲେ ଏ ପର୍ଯ୍ୟନ୍ତ ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରିରୁ ହଟିନି ପର୍ଦ୍ଦା। ଜାଣିଶୁଣି କ୍ରାଇମବ୍ରାଞ୍ଚ ହତ୍ୟାକାରୀଙ୍କ ପାଖରେ ପହଞ୍ଚୁନି କ୍ରାଇମବ୍ରାଞ୍ଚ ବୋଲି ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ମା। ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଓଡ଼ିଶା ପୋଲିସଠାରୁ ହତାଶ ହେବା ପରେ ପ୍ରଭୁ ଜଗନ୍ନାଥଙ୍କୁ ଗୁହାରି କରୁଛନ୍ତି ଆଦିତ୍ୟଙ୍କ ମା।
ଜୁଲାଇ 2020ରେ ସନ୍ଦେହଜନକ ଅବସ୍ଥାରେ ଟ୍ରେନ ଲାଇନ କଡରୁ ମିଳିଥିଲା ମନାବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ। ପରିବାର ଲୋକେ ଏହାକୁ ଏକ ପ୍ରି ପ୍ଲାନଡ ମର୍ଡର ବୋଲି ଅଭିଯୋଗ କରିଥିଲେ । ପ୍ରଥମେ ରେଳବାଇ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ହାତକୁ ନେଇଥିଲା । ହେଲେ 20 ମାସ ପରେ ବି ନ୍ୟାୟ ମିଳିଲାନି ଆଦିତ୍ୟଙ୍କ ପରିବାରକୁ । କିଏ ମାରିଲା, କାହିଁକି ମାରିଲା ସବୁ ରହସ୍ୟ ଘେରରେ। ଜନ୍ମଦିନରେ ସମସ୍ତେ ମନେ ପକାଉଛନ୍ତି ଆଦିତ୍ୟଙ୍କୁ।
କାହାକୁ ଘଣ୍ଟ ଘୋଡାଉଛି କ୍ରାଇମବ୍ରାଞ୍ଚ, କାହା ନିର୍ଦ୍ଦେଶରେ ହୋଇଛି ଷଡଯନ୍ତ୍ର।