ଓଡିଶା ଖବର ଆହୁରି ପଢନ୍ତୁ

ଅର୍ଗସ ବ୍ୟୁରୋ: ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ର ପରିଚାଳନା ଦାୟିତ୍ବ ଲୋକସେବକ ମଣ୍ଡଳୀକୁ ଦେବାକୁ ପ୍ରସ୍ତାବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆଉ ୧୩ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ସମୟ ମଧ୍ୟରେ ଓଡ଼ିଆ ଜାତିକୁ ପୁନଃ ଶକ୍ତିଶାଳୀ। ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ। ସତ୍ୟବାଦୀ ବନ ବିଦ୍ୟାଳୟ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ। ଦୁଃଖର ବିଷୟ, ପଞ୍ଚସଖା ଯୁଗର ଅନେକ ବିରଳ ସ୍ମାରକୀ ଏବେ ମଧ୍ୟ ବକୁଳ ବନ ଭିତରେ ଅବହେଳିତ ଅବସ୍ଥାରେ ପଡି ରହିଛି । ପ୍ରାୟ ୧୧୩ ବର୍ଷର ପୁରୁଣା ଏହି ମହାନ ଅନୁଷ୍ଠାନର ପୁନରୁଦ୍ଧାର ହେଲେ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ପାଲଟିବ।
