ଶର୍ମିଷ୍ଠା ସହଯୋଗୀଙ୍କ ସହ ମିଶି ମାନସଙ୍କୁ ଅପହରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ଲାଗିନି ମେମୋରୀ କାର୍ଡ । ମେମୋରୀ କାର୍ଡକୁ ଖୋଜିବାକୁ ଛାନଭିନ କରୁଛି ପୋଲିସ । ପୂର୍ବରୁ ଏହି ମାମଲାରେ ୩ ଜଣ ଗିରଫ ହୋଇଥିଲେ । ଫେବ୍ରୁଆର ୧୭ ତାରିଖରେ ମାନସ ନିଖୋଜ ହୋଇଥିଲେ ।
ଭୁବନେଶ୍ବର ଦୟାଲ ଆଶ୍ରମରେ ମାନସଙ୍କୁ ମାଡ଼ ମରାଯାଇଥିଲା । ଫେବ୍ରୁଆରୀ ୧୫ରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ମାନସଙ୍କ ମୃତଦେହ ମିଳିଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି କେଉଁଠି ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ?