ନିୟନ୍ତ୍ରୀତ ବଜାର କମିଟୀ,ସମବାୟ ସମିତି ଦ୍ୱାରା ଏହି ମଣ୍ଡିର ବ୍ୟବସ୍ଥା କରାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି। ତେବେ ଦଲାଲ ମୁକ୍ତ ମଣ୍ଡି କରିବା ସହ ଚାଷୀଙ୍କ ଧାନ ମିଲର ସିଧାସଳଖ ମଣ୍ଡିରେ କିପରି କିଣା ହେବ ସେଥିପାଇଁ ଚାଷୀ ଦାବୀ କରିଛନ୍ତି।
ବଡବାହାଲ ଧାନମଣ୍ଡିରେ ପୂଜାର୍ଚ୍ଚନା ସହ ଉଦଘାଟନ କଲେ ଉପଜିଲ୍ଲାପାଳ

ଅର୍ଗସ ବ୍ୟୁରୋ: ରେଢାଖୋଲ ଉପଖଣ୍ଡରେ ଆଜିଠୁ ଖୋଲିଲା ଧାନମଣ୍ଡି। ବଡବାହାଲ ଧାନମଣ୍ଡିରେ ପୂଜାର୍ଚ୍ଚନା ସହ ଉଦଘାଟନ କଲେ ଉପଜିଲ୍ଲାପାଳ ପବିତ୍ର ବେହେରା। ରେଢାଖୋଲ ବ୍ଲକ ଓ ନାକଟିଦେଉଳ ବ୍ଳକ ର ମୋଟ ୧୨ଟି ସମବାୟ ସମିତିରେ ମୋଟ ୧୮ଟି ଧାନ ମଣ୍ଡ ଖୋଲାଯାଇଛି।
Download Argus News App
