ଡିସେମ୍ବର ୨୯ରୁ ଗଞ୍ଜାମରେ ଧାନମଣ୍ଡି ଖୋଲିଥିବା ବେଳେ ମଣ୍ଡି ଅଵ୍ୟଵସ୍ଥା ଏବଂ ଟୋକେନ୍ ସମସ୍ୟା ପାଇଁ ଚାଷିଙ୍କ ଠୁ ଧାନ କିଣା ଯାଇନାହିଁ। ଜିଲ୍ଲାରେ ୩୬୬ଟି ପ୍ୟାକ୍ସ ୧୦୨ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଧାନ କିଣା ପ୍ରକ୍ରିୟାରେ ସାମିଲ ରହିଛନ୍ତି।
କିନ୍ତୁ କେବଳ କୁକୁଡ଼ାଖଣ୍ଡି ବ୍ଲକରେ ହିଁ ୩ଜଣ ଚାଷୀଙ୍କ ଠୁ ଧାନ କିଣାଯାଇଛି । ତେବେ ଚାଷୀଙ୍କୁ ଟୋକେନ ନ ଦେଇ ଖାଲି ପ୍ରହସନଙ୍କୁ ପ୍ରଶାସନ ମଣ୍ଡି ଖୋଲିଛି ବୋଲି କହିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ।