ପ୍ରଶାସନିକ ଅବ୍ୟବସ୍ଥାର ସଦ୍ୟତମ ନମୁନା ପାଲଟିଛି ଭେଡ଼େନ ବ୍ଲକ। ସରକାରୀ କାଗଜପତ୍ରରେ ମଣ୍ଡି ବୋଲି କୁହାଯାଉଥିବା ଏହି ଖୋଲା ପଡ଼ିଆ ଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି। ବିଶେଷ କରି ଗତ ୧୫ ରୁ ୨୦ ଦିନ ହେଲା ସହରାଟିକ୍ରା ମାର୍କେଟ ୟାର୍ଡରେ ଖୋଲା ଆକାଶରେ ମାଟି ଉପରେ ପଡ଼ିଥିବା ୨୦ ହଜାର ୩୭୩ ବସ୍ତା ଧାନ ୩ ଦିନ ହେଲା ଭିଜୁଛି। ଜୁନ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ମଣ୍ଡିକୁ ଆସିଥିବା ଧାନ ପଡ଼ିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।