ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ଚଳିତ ବର୍ଷ ନଭେମ୍ବର ୧୦ ତାରିଖ ଦିନ ତଥା ମାର୍ଗଶିର ମାସ ପ୍ରଥମ ଗୁରୁବାର ଦିନ ପାଳିତ ହେବ ମାଣ୍ଡିଆ ଦିବସ l ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଥିଲାଗି ମାଣ୍ଡିଆ ଚାଷୀଙ୍କ ଉତ୍ସହ ବଢିଯାଇଛି l ଏହିପରି ଏକ ଚିତ୍ର କୋରାପୁଟ ଜିଲ୍ଲା କୁନ୍ଦୁରା ଅଂଚଳରେ ଦେଖୁବାକୁ ମିଳିଛି l
କୁନ୍ଦୁରା ବ୍ଲକ ଅନ୍ତର୍ଗତ ଲିମା ପଂଚାୟତର ନୂଆଗୁଡା ଗ୍ରାମର ମାଣ୍ଡିଆ ଚାଷୀଙ୍କ କହିବା ଅନୁଯାଇ, ଆଦିବାସୀ ଅଧୁଷିତ କୋରାପୁଟ ଜିଲ୍ଲାର ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ମାଣ୍ଡିଆ l ଏହା ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ପୁଷ୍ଟିଶସ୍ୟ l ଏଥିସହ ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ ହେବ l ଏଣୁ ମୁଖ୍ୟମନ୍ତ୍ରୀଙ୍କ ଏହିପରି ପଦକ୍ଷେପକୁ ସ୍ବାଗତଂ କରିଛନ୍ତି ମାଣ୍ଡିଆ ଚାଷୀ l