ଅଧିକ ପଢନ୍ତୁ : ‘ସମୀର ମହାନ୍ତିଙ୍କ ଭଳି ବିଜେପିକୁ ଆଗକୁ ନେବେ ମନମୋହନ’
ଏଥିପାଇଁ ରଣନୀତି ତିଆରି କରିବାର ଦାୟିତ୍ବ ରହିବ ତାଙ୍କ କାନ୍ଧରେ । ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ଶାସନକୁ ଆୟୁଧ କରି ବିଜେଡି ସରକାର ବିରୋଧରେ ସେ ଦୁର୍ବାର ଲଢେଇ କରିବାର ଉଦଘୋଷଣ କରିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ସଫଳ ଯୋଜନାଗୁଡ଼ିକର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ବ ମଧ୍ୟ ମନମୋହନ ସମ୍ଭାଳିବେ ।
ତେବେ ଆଜି ଦାୟିତ୍ବ ନେବା ପାଇଁ ପ୍ରଥମେ ସକାଳେ ଭଦ୍ରକରୁ ବାହାରିଥିଲେ ମନମୋହନ । ରାସ୍ତା ସାରା ବିଜେପି କର୍ମୀମାନେ ଛକଛକରେ ଅପେକ୍ଷା କରିଥିବା ବେଳେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ରାମ ମନ୍ଦିର ଛକରେ ପାରମ୍ପରିକ ବାଦ୍ୟ ଓ ସଙ୍ଗୀତ ମାଧ୍ୟମରେ ନୂତନ ସଭାପତିଙ୍କୁ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ ଦଳର ତୁଙ୍ଗ ନେତା ଏବଂ କର୍ମୀ ।
ଅଧିକ ପଢନ୍ତୁ ଓଡିଶା ଖବର
ଧାମନଗର ବିଜୟରୁ ଆରମ୍ଭ ହୋଇଥିବା ବିଜୟ ଯାତ୍ରାକୁ 2024 ସାଧାରଣ ନିର୍ବାଚନ ଯାଏଁ ନେବା ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ମଧ୍ୟ ବିଜେପି ପ୍ରସ୍ତୁତ କରି ସାରିଥିବା ଦଳର ନେତାମାନେ ଆଜି ଘୋଷଣା କରିଦେଇଛନ୍ତି । ଏପରିକି ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବା ପାଇଁ ମନମୋହନଙ୍କ ନେତୃତ୍ବାଧିନ ବିଜେପି ପୂରା ସକ୍ଷମ ବୋଲି ସେମାନେ ହୁଙ୍କାର ଭରିଛନ୍ତି ।
୨୦୨୪ ନିର୍ବାଚନ ପାଇଁ ବିଜେପି ପୂରା ସିରିଅସ । ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ପରେ ପରେ ପୁଣି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବିଧାନସଭାରେ ସ୍ବର ଶାଣିତ କରି ସରକାରଙ୍କୁ ଅକଳରେ ପକାଉଥିବା ବେଳେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଧରାଯାଇଛି ଦଳର ମଙ୍ଗ । ତେଣୁ ନୂଆ ଷ୍ଟ୍ରାଟେଜି ସହ ଭରପୁର ଜୋଶରେ ଗେରୁଆ କ୍ୟାମ୍ପ ଫାଇନାଲ ଫାଇଟ୍ ବି ପୂରା ତୟାର ।