ସମସ୍ତଙ୍କ ଆଶା ଏହି ଯୋଡି ପରିବର୍ତ୍ତନର କ୍ଷିଣ ପଦଧ୍ବନୀକୁ ସତ୍ୟରେ ରୂପାନ୍ତରଣ କରିବ। ଦୀର୍ଘ ବର୍ଷ ଧରି ବିଜେଡି ଶାସନରେ ପୂର୍ଣ୍ଣଚ୍ଛେଦ ପଡିବ। ସୋଲେରେ ଜୟ-ବୀରୁଙ୍କ ଯୋଡି ପରି ରାଜ୍ୟ ବିଜେପିରେ ଜୟ-ମନୁଙ୍କ ଯୋଡି କମାଲ କରିବ ବୋଲି ଆଶା କରାଯାଉଛି। ସାମଲ ରାଜ୍ୟ ବିଜେପିର ନୂଆ ସଭାପତି ନିଯୁକ୍ତ ହେବାପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମିଳି ମିଶି ଆଗକୁ ଯିବୁ, ଦଳର ସମସ୍ତ ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ମିଶିକି ପ୍ରୟାସ କରିବୁ, ଆମେ ସବୁ ଟିମରେ କାର୍ଯ୍ୟ କରିବୁ,୨୦୨୪ରେ ଆମେ ହିଁ ସରକାର କରିବୁ’।
ମନମୋହନଙ୍କ ଏଭଳି ଦୃଢୋକ୍ତି ପରେ ବିଜେପି ରାଜ୍ୟର ସତ୍ତାଧର ଦଳ ହେବ ବୋଲି ଆଶା କରାଯାଉଛି। ବିଜେଡି ସରକାରଙ୍କ ଅନେକ ଦୁର୍ନୀତି ପୂର୍ବରୁ ପର୍ଦ୍ଦାଫାଶ ହୋଇଥିବା ବେଳେ ଏବେ ବିଜେପିର ସାଙ୍ଗଠନିକ ନେତୃତ୍ବ ପରିବର୍ତ୍ତନ ବିଜେଡି ପାଇଁ କାଳ ହେବ ବୋଲି କୁହାଯାଉଛି। ଗୃହ ଭିତରେ ଜୟ ନାରାୟଣ ଓ ଗୃହ ବାହାରେ ମନମୋହନ ବିଜେଡି ପାଇଁ କଣ୍ଟା ହେବେ।
ଅଧିକ ପଢନ୍ତୁ: ଓଡିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, 24ରେ ପରିବର୍ତ୍ତନ
ମନମୋହନ ବାବୁ ଜଣେ ପାରିବାର ନେତା। ସେ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ଏପରିକି ତାଙ୍କ ପାରିବାର ପଣିଆକୁ ଗୁରୁତ୍ବ ଦେଇ ମେଣ୍ଟ ସରକାର ମନ୍ତ୍ରୀ ପଦ ବି ଦେଇଥିଲେ। ସବୁଠାରୁ ଗାରିମାମୟ ରାଜସ୍ବ ମନ୍ତ୍ରୀ ଭାବେ ସେ କାର୍ଯ୍ୟ ନିର୍ବାହ କରିଥିଲେ। ଏଣୁ ଆଶା କରିବା ସ୍ବାଭାବିକ ଯେ, ୨୦୨୪ରେ କିଛି ପରିବର୍ତ୍ତନ ଅବଶ୍ୟ ହେବ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ସହ ସମ୍ପୃକ୍ତ ଥିବା ମନମୋହନ ଛାତ୍ର ଜୀବନରୁ ହିଁ ବିଜେପି ସହ ଅଛନ୍ତି ବୋଲି କହିଲେ ଭୁଲ ହେବନାହିଁ। ୧୯୭୯ ମସିହାରେ ସେ ଭଦ୍ରକ କଲେଜ ଛାତ୍ର ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ