ଅଧିକ ପଢ଼ନ୍ତୁ:‘ସମୀର ମହାନ୍ତିଙ୍କ ଭଳି ବିଜେପିକୁ ଆଗକୁ ନେବେ ମନମୋହନ’
ବିକଳ୍ପ ସରକାର ଗଠନ କରିବୁ। ବିଜେଡିକୁ ଆମେ ଗଠନ କରିଥିଲୁ। କଂଗ୍ରେସ ସରକାର ଅତ୍ୟାଚାରରୁ ଚରମ ସୀମାରେ ଥିଲା। ବିଜେଡି ଯିଏ ଗଠନ କରିଥିଲେ ସେମାନେ ଆଉ ନାହାନ୍ତି। ସେଇ ଦଳରେ କିଏ ଅଛନ୍ତି ସମସ୍ତେ ଜାଣିଛନ୍ତି। ଆମେ କଂଗ୍ରେସର ଆତ୍ୟାଚାର ପାଇଁ ବିଜେଡିକୁ ଆଣିଥିଲୁ। ହେଲେ ବିଜେଡି କଂଗ୍ରେସଠୁ ବଳି ଗଲାଣି। ସେଥିପାଇଁ ରାଜ୍ୟରେ ବିକଳ୍ପ ସରକାର ଗଠନ ପାଇଁ ମିଳିତ ଭାବେ ଲଢେଇ କରିବା ବୋଲି ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି।
ଆହୁରି ପଢ଼ନ୍ତୁ: ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଆଯିବ ସମ୍ବର୍ଦ୍ଧନା
୨୦୨୩ ଯଦି ନିର୍ବାଚନ ହୁଏ। ତେବେବି ମୋନମୋହନ ସାମାଲ ସରକାର ଗଢିବା ପାଇଁ ପଦକ୍ଷେପ ନେବେ। ମୋମୋହନ ଦଳର ସଙ୍ଗଠନ ପାଇଁ କାମ କାରିଥିଲେ। ଏବେବି କରୁଛନ୍ତି। ମନ୍ତ୍ରୀ ଭାବେ ଭଲ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ଅଭିଜ୍ଞତା ଉପରେ ଦଳର ପୁର୍ଣ ବିଶ୍ୱାସ ଅଛି ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି କେ.ଭି. ସିଂ ଦେଓ।
ଶାସକ ଦଳକୁ ନୋଟିସ ଦିଆଗଲା। ଆଜିଠୁ ନୋଟିସ ପିରିୟଡ଼ ଆରମ୍ଭ ହେଲା। ସରକାରକୁ ବରଖାସ୍ତ କରିବା ପାଇଁ ବାଟ ତିଆରି ହେଲା। ମନମୋହନଙ୍କ ନେତୃତ୍ୱରେ କାମ ଆରମ୍ଭ ହେବ। ବିଜେପି ରାଜ୍ୟରେ ସରକାର ଗଠନ କରିବା ସୁନିଶ୍ଚିତ ବୋଲି ନିଜର ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ମୋନମୋହନ ସାମଲ ବିଜେଡି ପାଇଁ କାଳ ହେବେ । ୨୦୨୪ ବିଜେପି ବିକଳ୍ପ ସରକାର ଗଠନ କରିବ ବୋଲି କହିଛନ୍ତି ବସନ୍ତ ପଣ୍ଡା।