ଦେଖନ୍ତୁ ଭିଡିଓ : ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସାଥୀରେ ଆଗକୁ ବଢିବି : ମନମୋହନ ସାମଲ
ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଭାବରେ ୧୮ ମେ ୨୦୦୪ରୁ ୧୦ ଡିସେମ୍ବର ୨୦୦8 ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।
ଅଧିକ ପଢନ୍ତୁ : ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ହେବା ପରେ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ରାଜ୍ୟ ସମ୍ପାଦକ ଥିଲେ। ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଥିଲେ ମନମୋହନ ସାମଲ। ୨୦୦୦ରେ ସେ ରାଜ୍ୟ ସଭାପତି ଥିବା ବେଳେ ବିଜେପି-ବିଜେଡି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା। ୨୦୦୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ଧାମନଗରରୁ ବିଧାନସଭାକୁ ନିର୍ବାଚିତ। ମେଣ୍ଟ ସରକାରରେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଥିଲେ ମନମୋହନ।
ଦେଖନ୍ତୁ ଭିଡିଓ: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ରୂପେ ଚୟନ କରିଛନ୍ତି