ଏ ଦୃଶ୍ୟଟି ହେଉଛି କୌଣସି ଦୁର୍ଗମ ଅଞ୍ଚଳର ନୁହେଁ ଏହା ହେଉଛି କୋଟପାଡ଼ ବ୍ଲକ ଅନ୍ତର୍ଗତ ସଡ଼ରଙ୍ଗା ପଞ୍ଚାୟତର ବରଣ୍ଡି ଗ୍ରାମର। ଏହି ଗ୍ରାମଟି କୋଟପାଡ଼ ବ୍ଲକଠାରୁ ମାତ୍ର ଆଠ କିଲୋମିଟର ଦୂରରେ ଅବସ୍ଥିତ ଏବଂ କୋଟପାଡ଼ ବିଧାୟିକାଙ୍କ ଘରଠାରୁ ମାତ୍ର 4 କିଲୋମିଟର ଦୂରରେ ଅବସ୍ଥିତ। ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଗ୍ରାମରେ ବହିଯାଉଥିବା ଇନ୍ଦ୍ରାବତି ନଦୀ ଦ୍ୱାରା ଗ୍ରାମର ନଦୀର କୁଳଖାଇ ଗ୍ରାମର କିଛି ଅଂଶ ନଦୀ ଗର୍ଭରେ ଲୀନ ହୋଇସାରିଛି ଏବଂ ମୂର୍ତ୍ତିକା କ୍ଷୟ ହେଉଛି। ଆଉ କିଛି ଅଂଶ ପ୍ରତିଦିନ କୂଳ ଖାଉଛି। ଗ୍ରାମବାସୀ ଏହି ସମସ୍ୟା ବିଷୟରେ ଜନ ପତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମର ସମସ୍ୟା ବିଷୟରେ ଜଣାଇଛନ୍ତି ଏବଂ ନଦୀ କୂଳ ଖାଉ ଥିବା ସ୍ଥାନରେ ପଥର ପ୍ୟାଚିଂ କରିବା ନିମନ୍ତେ ପ୍ରଶାସନକୁ ଗୁହାରି କରିଛନ୍ତି କିନ୍ତୁ ନିରୀହ ଗ୍ରାମବାସୀଙ୍କୁ ମିଳିଛି ତ କେବଳ ପ୍ରତିଶ୍ରୁତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ ନିର୍ବାଚନ ଆସିଲେ ରାଜନେତା ମାନେ ଭୋଟରଙ୍କୁ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇ ଭୋଟ ପାଇବା ନିମନ୍ତେ ଗ୍ରାମକୁ ଆସୁଛନ୍ତି କିନ୍ତୁ ଜିତିବା ପରେ କେହି ଆସୁନାହାନ୍ତି କି ସମସ୍ୟାକୁ ବି କେହି ଶୁଣୁନାହାନ୍ତି।
ନଦୀ କୂଳ ଖାଇବା ଦ୍ୱାରା ବରଣ୍ଡି ଗ୍ରାମର ଅଧିକାଂଶ ଲୋକଙ୍କ ଘର ଏବଂ ଜମି ନଦୀଗର୍ଭରେ ମିଶିଯାଇଛି, ଯାହାଦ୍ୱାରା କି ଗ୍ରାମବାସୀ ବାଧ୍ୟ ହୋଇ ନିରୁପାୟ ହୋଇ ଅନ୍ୟଗ୍ରାମରେ ବାସ କରୁଛନ୍ତି। ଆଉ କିଛି ଗ୍ରାମବାସୀ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ସେହି ଗ୍ରାମରେ ହିଁ ବାସ କରୁଛନ୍ତି। କିନ୍ତୁ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି l ଦେଖିବାକୁ ବାକି ରହିଲା କେବେ ଏହି ଗ୍ରାମର ସମସ୍ୟା ପ୍ରତି ପ୍ରଶାସନର ଦୃଷ୍ଟି ପଡିବ ଏବଂ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର