ମାଓ ଅଧ୍ୟୁଷିତ ଲାଞ୍ଜିଗଡ ନର୍ଲା ଥାନା ଅଞ୍ଚଳର ପର୍ଗଲ ରିଜର୍ଭ ଫରେଷ୍ଟ ନିକଟବର୍ତୀ ଅଂଚଳ ପୂଜୁଗୁଡ଼ାରେ ମାଓ ବାଦୀଙ୍କ କ୍ୟାମ୍ପ ଠାବ କରିବାରେ ସକ୍ଷମ ହୋଇଛି କଳାହାଣ୍ଡି ପୋଲିସ୍ । ତେବେ ସିପିଆଇ ମାଓବାଦୀ ବଂଶଧାରା, ଘୁମୁସର, ନାଗାବଳୀ ସଂଗଠନ ପକ୍ଷରୁ ଏହି କ୍ୟାମ୍ପ ଚାଲିଥିବାର ଜଣାପଡିଛି । ଏକ ବନ୍ଧୁକ ମାଓ ପୁସ୍ତିକା, ମାଓ ଲିପ୍ଫ୍ ଲେଟ, ମାଓ ବ୍ୟାନର ଇଲେକ୍ଟ୍ରି ଡିଟୋନିଟର ,ତାର ପ୍ରଭୃତି ଜବତ କରିଛି ପୋଲିସ ।
ମାଓବାଦୀ ସଂଗଠନ କ୍ୟାମ୍ପ ଠାବ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ
Download Argus News App
