ଘର
ଓଡ଼ିଶା
ମାଲକାନଗିରିରେ ମାଓ ପୋଲିସ ଛକାପଞ୍ଝା, ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ
ମାଲକାନଗିରିରେ ମାଓ ପୋଲିସ ଛକାପଞ୍ଝା, ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ
by Banajyotshna Ray
ଅର୍ଗସ ବ୍ୟୁରୋ: ମାଲକାନଗିରି ସୀମାରେ ମାଓ ପୋଲିସ ଛକାପଞ୍ଝା । ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଲା ମାଓବାଦୀଙ୍କ ବିୟର ବୋତଲ ବୋମା । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି । ଖାଲି ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ ଓ ଲୁହା ଟୁକୁଡା ଭର୍ତ୍ତି କରି ବୋତଲ ବୋମା ତିଆରି କରିଛନ୍ତି । ଜବାନଙ୍କୁ ଟାର୍ଗେଟ କରିବା ଲାଗି ଜଙ୍ଗଲ ଭିତରେ ଏହି ସବୁ ବୋତଲ ବୋମା ଫିଙ୍ଗି ଦେଇଛନ୍ତି ମାଓବାଦୀ । ପ୍ରଥମ ଥର ଲାଗି ମାଓବାଦୀ ମାନେ ଏପରି କାଚ ବୋତଲ ଭିତରେ ବିସ୍ଫୋରକ ଭର୍ତ୍ତି କରି ବୋମା ତିଆରି କରିଛନ୍ତି । ସେପଟେ । ମାଓ ବିରୋଧୀ ଅପରେସନ ବେଳେ ୧୬ ନକ୍ସଲ ଗିରଫ ।
ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଓ ବିଜାପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଗିରଫ ମାଓବାଦୀଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ, ଟିଫିନ୍ ବୋମା, କୋର୍ଡେକ୍ସ ତାର ଓ ମାଓ ପ୍ରଚାର ପତ୍ର ଜଗତ କରାଯାଇଛି । ଡିସେମ୍ବର 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ପାଳନ କରିବେ ପିଏଲଜିଏ ସପ୍ତାହ । ସୀମାନ୍ତବର୍ତ୍ତୀ ତେଲେଙ୍ଗାନା ରାଜ୍ୟର ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲାରେ ଦେଖିବାକୁ ମିଳିଛି ଅନେକ ମାଓ ପୋଷ୍ଟର ।