କିନ୍ତୁ ଏଥର ସେ ସବୁ କିଛି ନ କରି, କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସେ ଆହ୍ବାନ କରିଛନ୍ତି । ମାଲକାନଗିରି କୋରାପୁଟ ମାଓ ଡିଭିଜନର ସମ୍ପାଦକ ତଥା ବରିଷ୍ଠ ମାଓନେତା ରାକେଶ ଏହି ଅଡିଓ ଟେପ୍ ଜାରି କରିଛନ୍ତି । ୨୦୨୦ ଜୁଲାଇ ଠାରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ୧୩ ଜଣ ମାଓବାଦୀ ସହିଦ ହୋଇଥିବା ଅଡ଼ିଓ ଟେପରେ ଜାରି ହୋଇଛି । ମାଓବାଦୀଙ୍କ ଏହି ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ସର୍ଚ ଅପରେସନକୁ ବଢାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।
ଆଗକୁ ଆସୁଛି ମାଓବାଦୀଙ୍କ ସହିଦ ସପ୍ତାହ, ଏହା ପୂର୍ବରୁ ମାଓ ନେତାଙ୍କ ଅଡିଓ ଟେପ ଜାରି

ମାଲକାନଗିରି: ଆଗକୁ ଆସୁଛି ମାଓବାଦୀଙ୍କ ସହିଦ ସପ୍ତାହ । ସହିଦ ସପ୍ତାହ ପାଳନ ପାଇଁ ମାଓ ନେତାଙ୍କ ଅଡିଓ ଟେପ ଜାରି । ମାଓ ସଙ୍ଗଠନ ପକ୍ଷରୁ ସହିଦ ସପ୍ତାହରେ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏକ ଅଡ଼ିଓ ଟେପ୍ ଜାରି କରି ଏହି ଆହ୍ୱାନ ଦେଇଛନ୍ତି ମାଓ ନେତା ରାକେଶ । ପୂର୍ବରୁ ଅନେକ ହିଂସା କାଣ୍ଡ ଘଟାଇବା ସହ ନାଚ ଗୀତ କରି ସହିଦ ସପ୍ତାହ ପାଳନ କରାଯାଉଥିଲା ।
Download Argus News App
