ଗତ ୧୨ ତାରିଖରେ ଭାରତପୁର ଅଂଚଳର ବଳରାମ ସାହୁ ପିପିଲି ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଚଉଠି ରାତି ଦିନ ବିଳମ୍ବିତ ରାତିରେ ଯୁବତୀ ଜଣକ ନିଜ ବୟଫ୍ରେଣ୍ଡ ସହ ଭିଡିଓ କଲ ଜରିଆରେ କଥା ହେଉଥିବା ଦେଖିଥିଲେ ବଳରାମ । ଏହା ପରେ ଉଭୟଙ୍କ ଭିତରେ କଥା କଟା କଟି ହୋଇଥିଲା ।
ପର ଦିନ ମନ୍ଦିର ଯିବାକୁ କହି ସୁନା ଗହଣା ଓ ଦେଢ଼ ଲକ୍ଷ ଟଙ୍କା ସହ ଯୁବତୀ ପଳାଇବା ସହ ପ୍ରେମିକଙ୍କ ସମ୍ପର୍କୀୟଙ୍କ ଦ୍ଵାରା ବଳରାମଙ୍କୁ ମାଡ ମାରିଥିଲେ । ଏନେଇ ଭରତପୁର ଥାନା ରେ ଅଭିଯୋଗ କରିଛନ୍ତି ବଳରାମ ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...