ପୁରୀ ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ସ୍ଥିତି ସମୀକ୍ଷା କରିବେ । ପୁରୀ ଷ୍ଟେସନ, ବସଷ୍ଟାଣ୍ଡ, ବଡଦାଣ୍ଡରେ ହେଲ୍ଥ କ୍ୟାମ୍ପ ଖୋଲିବ । ତେଣୁ ଲକ୍ଷଣ ଥିଲେ ହେଲ୍ଥ କ୍ୟାମ୍ପ ଯାଇ ଚିକିତ୍ସା କରାନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ସେପଟେ ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହାସହ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ହେବ । ଖଳିଲାଗି ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ୨୯ ତାରିଖ ଦିନ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ମଧ୍ୟରାତ୍ରରେ ଦତ୍ତ ମହାପାତ୍ରଙ୍କ ଦ୍ଵାରା ଶ୍ରୀମନ୍ଦିରକୁ ଖଡି ବିଜେ ପରେ ଆଜି ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହେବାର ପରମ୍ପରା ରହିଛି । ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାମ । ତିନି ରଥକୁ ଉଠିଛି କଳସ ଓ ଓଲଟ ଶୁଆ । ମଙ୍ଗଳବାର ସୁଦ୍ଧା ରଥ ନିର୍ମାଣ କାମ ସରିବା ନେଇ ଆଶା କରାଯାଉଛି ।