ଅଟୋ ଡ୍ରାଇଭରଙ୍କ ମହାନତା
ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମଞ୍ଚେଶ୍ୱର ଝରଣସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ଛୋଟୁ । ଗୁରୁତର ପତ୍ନୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଗତକାଲି ରାତି ୧୧ଟା ସମୟରେ ଘଟଣା ଘଟିଥିବା ସୂଚନା ମିଳିଛି । ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ତାଠାରୁ ମାରଣାସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍ ଯାଇ ତଦନ୍ତ କରିବ ବୋଲି ଜଣାପଡିଛି।