ଥାନା ଅଧିକାରୀଙ୍କୁ ସମ୍ବଲପୁରକୁ ବଦଳି କରାଯାଇଥିବାବେଳେ ଫାଣ୍ଡି ଅଧିକାରୀଙ୍କୁ ସୁବର୍ଣ୍ଣପୁରକୁ ବଦଳି କରାଯାଇଛି । ସେହିପରି ସମ୍ବଲପୁର ପୋଲିସରେ କାର୍ଯ୍ୟରତ ଧବଳେଶ୍ବର ସାହୁଙ୍କୁ ଝାରସୁଗୁଡାକୁ ବଦଳି କରାଯାଇଛି । ସେହିପରି ନବଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ଏଥିସହିତ ମନ୍ତ୍ରୀଙ୍କ ସୁରକ୍ଷାରେ ଥିବା କନଷ୍ଟେବଲ ଓ ହାବିଲଦାରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ତଦନ୍ତରେ ସ୍ବଚ୍ଛତା ଆଣିବା ଓ କାର୍ଯ୍ୟରେ ଅବହେଳା ଯୋଗୁଁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।
ଅନ୍ୟପଟେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଉପ କାରାଗାର ଥିବା ଗୋପାଳଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ପାଇଁ ୪ ଦିନ ରିମାଣ୍ଡ ଆବେଦନ ମଂଜୁର ହୋଇଛି । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଜେଲ୍ରେ ପହଞ୍ଚି ଗୋପାଳଙ୍କୁ ରିମାଣ୍ଡରେ ନେଇଛି ।