ଧର୍ମଶାଳା ବ୍ଲକ ର 45 ପଂଚାୟତ ରେ 14ସେକ୍ଟର ରେ 321 ଅଙ୍ଗନବାଡି କେନ୍ଦ୍ର ଅଛି I ସେଥିମଧ୍ୟରୁ ଧର୍ମଶାଳା ର ଦୁଇଟି ସ୍ୱଂ-ସହାୟକ ଗୋଷ୍ଠୀ ଯଥାକ୍ରମେ 9 ଟି ଓ 6 ଟି ସେକ୍ଟର କୁ ଛତୁଆ ଦେଉଥିଲେ I ସେଥିମଧ୍ୟରୁ ଗୋଟିଏ ଏସଏଚଜି କୁ ବଣ୍ଟନ ଦାୟିତ୍ୱ ରୁ ବାଦ ଦିଆଯାଇଛି ଗୋଟିଏ ଏସଏଚଜି କୁ ବ୍ଲକ ର 45ପଂଚାୟତ ର 321କେନ୍ଦ୍ରରେ ଛତୁଆ ପହଞ୍ଚାଇବାକୁ ନିର୍ଦେଶ ଥିବାବେଳେ ଏ ପର୍ଯ୍ୟନ୍ତ 3ସେକ୍ଟର ଥିବା ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ପହଁଚିପାରିନାହିଁ I ପ୍ରତିମାସ 25ରୁ 30ତାରିଖ ମଧ୍ୟରେ ସବୁ କେନ୍ଦ୍ର ମାନଙ୍କରେ ଛତୁଆ ପହଁଚି ଯାଇଥାଏ I
1ତାରିଖ ଦି ଛତୁଆ ବଣ୍ଟନ ଦିବସରେ କୁନି କୁନି ପିଲା ଓ ଗର୍ଭବତୀ ମହିଳା ଙ୍କ ଛତୁଆ ବଣ୍ଟନ କରାଯାଏ I କିନ୍ତୁ ଛତୁଆ ବଣ୍ଟନ ଦିବସରେ ଶିଶୁ ଓ ଗର୍ଭବତୀ ମହିଳା ମାନେ ଛତୁଆ ପାଇବାରୁ ବଞ୍ଚିତ ହୋଇଛନ୍ତି I ଧର୍ମଶାଳା ବ୍ଲକ କବାଟ ବନ୍ଧ ଓ ବୃନ୍ଦାଦେଇପୁର ପଂଚାୟତ ରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ I ଯାହାକି ହିତାଧିକାରୀ ମାନେ ଅଙ୍ଗନବାଡି କେନ୍ଦ୍ର ଆସି ନିରାଶ ରେ ଫେରୁଛନ୍ତି I
ସେପଟେ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଛତୁଆ କେଳାଙ୍କାରୀକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ସ୍ମୁତିରେଖା ପହି । ଆଉ କହିଛନ୍ତି ଏ ସବୁ କେଳାଙ୍କାରୀ ପଛରେ ରହିଛି ଶାସକ ଦଳର ହାତ ।ସମନ୍ହିତ ଶିଶୁ ବିକାଶ ଯୋଜନା, ଧର୍ମଶାଳା ର ଅଧିକାରୀ ଙ୍କ ଖାମଖିଆଲ ମନୋଭାବ ପାଇଁ ଛତୁଆ ବଣ୍ଟନ ଦିବସ ରେ ଛତୁଆ ପାଇବାରୁ ବଂଚିତ ହେଲେ 3 ସେକ୍ଟର ଅଙ୍ଗନବାଡି କେନ୍ଦ୍ର ହିତାଧିକାରୀ I ଆଉ କାହାର ଭୁଲ୍ ପାଇଁ ଆଜି ଏପରି ଘଟଣା ଘଟିଲା ଏନେଇ ସରକାର ନେବେ ତ କାର୍ଯ୍ୟାନୁଷ୍ଠାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: