ଷ୍ଟେଟ୍ ଓପଲ ସ୍କୁଲ ଓ ମଧ୍ୟାମା ରେଜଲ୍ଟ ମଧ୍ୟ 18ରେ ପ୍ରକାଶ ପାଇବ । ଏଥର ପରୀକ୍ଷା ଦେଇଛନ୍ତି 5 ଲକ୍ଷ 41 ହଜାର 247 ଛାତ୍ରଛାତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆସନ୍ତା 18ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । 18 ତାରିଖ ଦିନ 10ଟାରେ ପ୍ରକାଶ ପାଇବ ଫଳ । www.bseodisha.nic.in ରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଦିନ 12ଟାରେ ବୋର୍ଡ ୱେବସାଇଟରେ ପ୍ରକାଶ ପାଇବ ରେଜଲ୍ଟ । ୱେବସାଇଟକୁ ଯାଇ କିମ୍ବା SMS ମାଧ୍ୟ ଫଳ ପ୍ରକାଶ ପାଇବ ।
ଷ୍ଟେଟ୍ ଓପଲ ସ୍କୁଲ ଓ ମଧ୍ୟାମା ରେଜଲ୍ଟ ମଧ୍ୟ 18ରେ ପ୍ରକାଶ ପାଇବ । ଏଥର ପରୀକ୍ଷା ଦେଇଛନ୍ତି 5 ଲକ୍ଷ 41 ହଜାର 247 ଛାତ୍ରଛାତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଅନେକ ଦିନର ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଉର୍ବଶୀ। ପରବିନ୍ ବବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ ରୌତେଲା। ସାମ୍ନାକୁ ଆସିବ ପରବିନ ବବିଙ୍କ ଲାଇଫ ଷ୍ଟାଇଲ। ଯାହାକୁ ନେଇ ଉର୍ବଶୀ ବହୁତ ଖୁସି ଥିବା ଜଣାପଡିଛି।
ପରବିନଙ୍କ ବାୟୋପିକରେ
ନିକଟରେ ଉର୍ବଶୀ ତାଙ୍କ ଅଫିସିଆଲ ଇନଷ୍ଟ୍ରାଗ୍ରାମ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି।ଏହି ଖବର ସାମ୍ନାକୁ ଆସିବା ଦିନଠାରୁ ସମସ୍ତଙ୍କ ଆଖି ତାଙ୍କ ଉପରେ ରହିଛି। ଏହା ବ୍ୟତୀତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ବଲିଉଡ ବିଫଳ ହୋଇଛି କିନ୍ତୁ ମୁଁ ଆପଣଙ୍କୁ ଗର୍ବିତ କରାଇବି ପରବିନ ବବି। ବାସ୍ତବରେ ଏହି ନୂତନ ଯାତ୍ରା ଖୁବ ସୁନ୍ଦର। ପରବିନ ବବିଙ୍କ ବାୟୋପିକରେ ଉର୍ବଶୀଙ୍କୁ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ପୁରୀ: ସ୍ନାନବେଦୀରେ ମହାପ୍ରଭୁଙ୍କର ସ୍ନାନନୀତି ସରିବା ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା କରାଯିବା ପରେ ଶ୍ରୀଜୀଉଙ୍କର ଧୂପ ଭୋଗ ଅନୁଷ୍ଠିତ ହୋଇଥିଲା । ଏହାପରେ ପୁଷ୍ପାଳକ, ସିଂହାରୀ, ମେକାପ ସେବାୟତମାନଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଉଛି । କିଛି ସମୟ ପରେ ଶ୍ରୀଜୀଉ ଗଜବେଶରେ ଦର୍ଶନ ଦେବେ ।
ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକରୁ ବ୍ୟାରିକେଡ଼ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରୁ ଜିକ୍ ଜ୍ୟାକ୍ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଥିଲା । କିଏ ହନୁମାନ ତ ଆଉ କିଏ ଓଡ଼ିଶୀ ନୃତ୍ୟ କରି ନିଜକୁ ସମର୍ପଣ କରୁଥିଲା। ଜନଗହଳି ନିୟନ୍ତ୍ରଣ,ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଆହୁରି ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର...