ମେ 4 ରେ ହେବାକୁ ଥିବା ଇଂରାଜୀ ପରୀକ୍ଷା 10 ତାରିଖରେ ହେବ । ଓପନ୍ ସ୍କୁଲର 3 ଟି ପରୀକ୍ଷା 8,9 ଓ 10 ରେ କରାଯିବ । ପରୀକ୍ଷା ହଲରେ ମୋବାଇଲେ ବ୍ୟବହାର କରାଯାଇପାରିବନି । ହାଇସ୍କୁଲ ପରୀକ୍ଷା ସିଡ୍ୟୁଲରେ କୌଣସି ପରିବର୍ତ୍ତନ ହୋଇନାହିଁ । ପରୀକ୍ଷା ବେଳେ କୋଭିଡ୍ ନିୟମ ଅନୁପାଳନ କରାଯିବ ।
ସମୁଦାୟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ପରୀକ୍ଷା ପୂର୍ବରୁ ଥାନାରେ ରହିବ ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାରେ ବାରଣ କରାଯାଇଛି । ୩୩୦୩ ପରୀକ୍ଷା କେନ୍ଦ୍ର ୩୧୫ ନୋଡାଲ ସେଣ୍ଟର ୨୧ ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ହୋଇଛି । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ପିଇବା ପାଣି ଓଆରଏସ ମହଜୁଦ ରହିଛି ବୋଲି ପ୍ରେସ ମିଟ୍ ରେ ସୂଚନା ଦିଆଯାଇଛି । ଖରାକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା ହେବ । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ହେବ ।