ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ଥିଲେ ଶହେରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ମଧ୍ୟ ସେଣ୍ଟର୍ ହୋଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ଅଫଲାଇନ୍ ପରୀକ୍ଷା ପାଇଁ ଶେଷ ହେଉଛି ଫର୍ମପୂରଣ । ଜୁଲାଉ ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ ।
ଅର୍ଗସ ବ୍ୟୁରୋ: ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଲାଗି ନୂଆ ସୂଚନା। ଚଳିତବର୍ଷ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଅଫ୍ ଲାଇନରେ ପରୀକ୍ଷା ଦେଇପାରିବେ । ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ ହେବ । ୨୮ ତାରିଖ ସୁଦ୍ଧା ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଓଏମଆର୍ ସିଟ୍ ପହଞ୍ଚିବ ।ଅତିକମ୍ରେ ୧୦୦ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ ସେଣ୍ଟର କରାଯିବ ।