ଅଧିକ ପଢନ୍ତୁ : ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ, ଆଗରେ ଛାତ୍ରୀ
ଯାଜପୁର ଚନ୍ଦନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ରେୟଶ୍ରୀ ଜେନା 590 ରଖି ସ୍କୁଲ ଟପ୍ପର ହୋଇଛନ୍ତି । ସେହିପରି 589 ମାର୍କ ରଖି ବ୍ରହ୍ମପୁର ରାମହରି ନଗର ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ବିଶ୍ବଜିତ ଭୂୟାଁ ଟପ୍ପର ହୋଇଛନ୍ତି । ଭୁବନେଶ୍ବର ନିଳାଦ୍ରୀବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସୂର୍ଯ୍ୟକାନ୍ତ ସ୍ବାଇଁ ୯୭.୩୩ ରଖି ସ୍କୁଲ ଟପ୍ପର ହେବା ସହ ଓଡିଶା ପାଇଁ ଗର୍ବ ଆଣିଛନ୍ତି ।
ଯେଉଁ ଛାତ୍ରଛାତ୍ରୀମାନେ ଫେଲ ହୋଇଛନ୍ତି ବୋର୍ଡ ପକ୍ଷରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚିନ୍ତା କରାଯାଇଛି । ରେଗୁଲାର ଛାତ୍ରଛାତ୍ରୀମାନଙ୍କ ରିଚେକିଂ ୨୩ ତାରିଖଠୁ ଆରମ୍ଭ ହେବ । ୭ ଦିନ ଭିତରେ ଅନଲାଇନରେ ଆବେଦନ କରିବେ । ଏଥିସହ ମଧ୍ୟମା ଏବଂ ଓଏସସି ଛାତ୍ରଛାତ୍ରୀମାନେ ସେହି ସମୟରେ ମଧ୍ୟରେ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆଉ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ ।