୧୦ ଦିନ ଧରି ଏହି ପରୀକ୍ଷା ଖାତା ମୂଲ୍ୟାୟନ କରିବା ପାଇଁ ଯୋଜନା କରାଯାଇଛି। ଏହି ପ୍ରକ୍ରିୟା ସକାଳ ୯ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେପଟେ ପରୀକ୍ଷା ଭଲ ହୋଇଥିବା ବେଳେ ଭଲ ମାର୍କ ରଖିବା ଆଶା ରଖିଛନ୍ତି ଛାତ୍ରଛାତ୍ରୀ।