ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦୁଇ ଜଣ ବିଆର ଟି ନିଶାକର ପରିଡା ଓ ବାସନ୍ତୀ ନାଏକ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବା ତପନ ଉପାଧ୍ୟାୟ , ଶିକ୍ଷକ କୃପାସିନ୍ଧୁ ବେରା, ଲଳିତ ମହାନ୍ତି, ଶିକ୍ଷୟିତ୍ରୀ କିରଣବଳା ନାଏକ, ସୁବର୍ଣ୍ଣ ଜେନା, ଗୀତାଞ୍ଜଳି ବେହେରା ତଥା ସରକାରୀ ଉ ପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ତେବେ ଆଗାମୀ ଦିନରେ ଯେମିତି କୌଣସି ଛାତ୍ର ଛାତ୍ରୀର ସ୍ବାସ୍ଥ୍ୟଗତ ସମସ୍ୟା ନ ପଡିବେ ସେଦିଗରେ ସମସ୍ତଙ୍କୁ ସଚେତନ କରାଯାଇଛି ।
ସୁନେତ୍ର କାର୍ଯ୍ୟକ୍ରମରେ ଚକ୍ଷୁ ପରୀକ୍ଷା କରାଇଲେ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ସ୍ଥାନୀୟ ବଡ଼ସାହି ସରକାରୀ ଉ:ପ୍ରା ବିଦ୍ୟାଳୟ ପରିସରରେ ବିଆରସିସି ପଦ୍ମଲୋଚନ ଦାସଙ୍କ ଅଧକ୍ଷତାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ଼ସାହି, ସୁହାଗପୁର, ପ୍ରତାପୁର ଓ ଦାନ୍ତଣୀ କ୍ଲଷ୍ଟରର ୩୦୭ ଜଣ ଛାତ୍ରଛାତ୍ରୀ ଚକ୍ଷୁ ପରୀକ୍ଷା କରାଇଥିଲେ । ଏହି ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଡାକ୍ତର ଅରୁଣ କୁମାର ସାହୁ, ଆଦିତ୍ୟ କୁମାର ପାତ୍ର, ଅନନ୍ତ କୁମାର ଜେନା ଓ ନୂତନ ମହାନ୍ତ ପିଲାମାନଙ୍କର ଚକ୍ଷୁ ପରୀକ୍ଷା କରାଇ ୧୦ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପ୍ରସ୍ତାବ ଦେବା ସହିତ,୩୭ ଜଣଙ୍କୁ ଔଷଧ ଓ ୯୮ ଜଣଙ୍କୁ ଚଷମା ପ୍ରଦାନ କରିଥିଲେ ।
Download Argus News App
