ଏହି ଦୁଇଟି ଟ୍ରକରେ 'ପାନ୍ ବାହାର' କ୍ରାଇଷ୍ଟାଲ ଓ 'ଓ୍ବାର୍କ ଜର୍ଦ୍ଦା' ଭାରି ପରିମାଣରେ ଲଦା ହୋଇଥିଲା ବେଳେ ଓ୍ବେବିଲରେ ପ୍ରଦତ୍ତ ଟିକସ୍ ମୂଲ୍ୟ ଠକେଇ ହୋଇଥିବା ଜାଣିବାକୁ ପାଇଛନ୍ତି । ଏହି ଗାଡି ୨ଟିର ସାମାନ୍ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ବୋଲି ବିଲରେ ଉଲ୍ଲେଖ ରହିଛି । ତେବେ ଏହି ୨ଟି ଟ୍ରକକୁ ବାରିପଦା ଜୋନ୍ କାର୍ଯ୍ୟାଳୟ ଠାରେ ଅଟକ ରଖିବା ସହ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିବା ନେଇ ସୂଚନା ମିଳିଛି । ତଦନ୍ତ ପ୍ରକ୍ରିୟାରେ ବ୍ୟାଘାତ ଘଟିବା କାରଣରୁ ପ୍ରତିକ୍ରିୟା ଏବଂ ସଂପୂର୍ଣ୍ଣ ତଥ୍ୟ ଦେବାକୁ ବିଭାଗ ମନା କରିଛନ୍ତି ।
ଏହି ଦୁଇଟି ଟ୍ରକରେ 'ପାନ୍ ବାହାର' କ୍ରାଇଷ୍ଟାଲ ଓ 'ଓ୍ବାର୍କ ଜର୍ଦ୍ଦା' ଭାରି ପରିମାଣରେ ଲଦା ରହିଥିଲା

ଅର୍ଗସ ବ୍ୟୁରୋ : ସେଣ୍ଟ୍ରାଲ ଜି.ଏସ୍.ଟି ଏବଂ ସେଣ୍ଟ୍ରାଲ ଏକ୍ସାଇଜ ଡିପାର୍ଟମେଣ୍ଟ ଚଢାଉ କରି ୨ଟି ଟ୍ରକକୁ ଅଟକ ରଖିବା ପରେ ଜିଏସଟି ଠକେଇ ହୋଇଥିବା ଜାଣିବାକୁ ପାଇଛନ୍ତି । ଗତ ୨୫ନଭେମ୍ବର ଦିନ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେଣ୍ଟ୍ରାଲ ଜି.ଏସ୍.ଟି ଏବଂ ସେଣ୍ଟ୍ରାଲ ଏକ୍ସାଇଜ ଡିପାର୍ଟମେଣ୍ଟ କମିଶନର, ରାଉରକେଲା ଅଫିସ ପକ୍ଷରୁ ୧୦ଜଣିଆ ଟିମ୍ ପିଛା କରି ରାତି ୯ଟା ସମୟରେ ମୟୂରଭଞ୍ଜ ଜିଲ୍ଲାର ବୁଢାମରା ଟୋଲଗେଟ୍ ନିକଟରେ NL-01Q -7351 ଓ NL01AA -1919 ନମ୍ବର ବିଶିଷ୍ଟ ଟ୍ରକ ଦୁଇଟିକୁ ଅଟକାଇବାରେ ସଫଳ ହୋଇଥିଲେ ।
Download Argus News App
